Latest Odisha News

BREAKING NEWS

କୋରାପୁଟରେ ୨ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା TPSODL

ବ୍ରହ୍ମପୁର:ଗୁଣାତ୍ମକ ତଥା ଉପଭୋକ୍ତା କୈନ୍ଦ୍ରିକ ବିଦ୍ୟୁତ ସେବାକୁ ପ୍ରାଥମିକତା ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାରେ ଦୁଇ ସବଡିଭିଜନ ଅଫିସ ନିମନ୍ତେ ନୂତନ କୋଠା ନିର୍ମାଣ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ, ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟଗୁଡ଼ିକୁ ଉଦଘାଟନ କରିଛନ୍ତି ।

କୋରାପୁଟର ଜୟପୁର ସବଡିଭିଜନ-୧ ଓ ଲକ୍ଷ୍ମୀପୁର ସବଡିଭିଜନ କାର୍ଯ୍ୟାଳୟର ଏହି ନୂତନ କୋଠା କମ୍ପାନୀର ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ । ସେହିଭଳି ବିଦ୍ୟୁତ ସେବା ଗ୍ରାହକଙ୍କ ନିକଟତର ହୋଇପାରିବ । ନୂଆ କାର୍ଯ୍ୟାଳୟରେ ଉନ୍ନତ ଭିତ୍ତିଭୂମି, ଉତ୍ସର୍ଗୀକୃତ ବିଲିଂ କାଉଣ୍ଟର ଓ ଗ୍ରାହକଙ୍କ ଉଦ୍ଦେଶ୍ୟରେ ସବୁ ମୌଳିକ ସୁବିଧା ରହିଛି । ଉପଭୋକ୍ତାମାନେ ବିଜୁଳିଜନିତ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟାଳୟରେ ପହଞ୍ଚିପାରିବେ ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ ବିଦ୍ୟୁତ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ କ୍ରମାଗତ ପ୍ରୟାସ ଜାରି ରଖିଛୁ । ଏହି କ୍ରମରେ ଗ୍ରାହକ ସେବାକୁ ଅଧିକ ସହଜ କରିବା ପାଇଁ ଓ କର୍ମଚାରୀମାନଙ୍କୁ ଉନ୍ନତ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂତନ କାର୍ଯ୍ୟାଳୟଗୁଡ଼ିକ ସହାୟକ ହେବ । ଉପଭୋକ୍ତା-କୈନ୍ଦ୍ରିକ ପଦକ୍ଷେପ ନେଇ ବିଶ୍ୱସନୀୟ ବିଜୁଳି ସେବା ପ୍ରଦାନ ଦିଗରେ ଟିପିଏସ୍ଓଡିଏଲ୍ ସଦା ପ୍ରତିଶ୍ରୁତିବଦ୍ଧ ଅଟେ ।”

ଟିପିଏସ୍ଓଡିଏଲର ଏହି ନୂତନ କାର୍ଯ୍ୟାଳୟଗୁଡ଼ିକ ଭବିଷ୍ୟତ ପାଇଁ କମ୍ପାନୀର ପ୍ରସ୍ତୁତିକୁ ସୂଚାଉଥିବା ବେଳେ ଏକ ସୁଦୃଢ଼ ବିତରଣ ନେଟଓ୍ୱର୍କ ସୁନିଶ୍ଚିତ କରିବାର ସହାୟକ ହେବ ।

Leave A Reply

Your email address will not be published.