ମୁମ୍ବାଇ: ଆସ୍ଥାର ଅଦ୍ଭୁତ ଉଦାହାରଣ ଦେଖିବାକୁ ମିଳିଛି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ । ଏଠାରେ ଜଣେ ଶ୍ରଦ୍ଧାଳୁ ୩୫ କେଜି ସୁନା ଦାନ କରିଛନ୍ତି । ଯାହାର ଦାମ ୧୪ କୋଟି ଟଙ୍କା ହେବ । ଏଭଳି କରି ଏହି ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ସୂଚନା ମୁତାବକ ଦିଲ୍ଲୀର ଜଣେ ଭକ୍ତ ଗତ ସପ୍ତାହରେ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି । ଏନେଇ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ବାନ୍ଦେକର ସୂଚନା ଦେଇଛନ୍ତି । ତେବେ ସୁନା ଦାନ କରିଥିବା ଶ୍ରଦ୍ଧାଳୁ ତାଙ୍କ ପରିଚୟ ଦେବାକୁ ମନା କରିଦେଇଛନ୍ତି । ଏହି ସୁନାକୁ ମନ୍ଦିରର ଛାତ, କବାଟ ଓ ଅନ୍ୟ ସ୍ଥାନରେ ବ୍ୟବହାର କରାଯିବ । ଏଥିପାଇଁ ପ୍ରାୟ ୬ମାସ ସମୟ ଲାଗିବ ।
ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଦାନ କରିଥାନ୍ତି ଭକ୍ତମାନେ । କିଛି ଲୋକ ଟଙ୍କା ଦାନ କରୁଥିବା ବେଳେ ଆଉ କିଛି ଲୋକ ସୁନା, ରୁପା, ରତ୍ନ ଆଦି ଦାନ କରିନ୍ତି । ତେବେ ଦାନ କରୁଥିବା ଭକ୍ତଙ୍କ ନାଁକୁ ସବୁବେଳେ ଗୋପନ ରଖାଯାଏ ।
୨୦୧୭ରେ ମନ୍ଦିରକୁ ୩୨୦ କୋଟି ଟଙ୍କାର ଦାନ ମିଳିଥିଲା । ଯାହାର ବ୍ୟବହାର ସାମାଜିକ କାର୍ଯ୍ୟରେ କରାଯାଇଥିଲା ।
Comments are closed.