ଭଦ୍ରକ: ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ। ଅବୈଧ ଗୋ ଚାଲାଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ। କେନ୍ଦୁଝର ସଦର ଏସଡିପିଓଙ୍କ ସହ ଭଦ୍ରକ ପୋଲିସର ମିଳିତ ଚଢାଉ । ଶେଖ୍ ରାଜନ ଥାନାରେ ଅଟକ।
ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋ ମାଫିଆ ଶେଖ୍ ରାଜନ ଘରେ ଆଜି ସକାଳୁ କେନ୍ଦୁଝର ଓ ଭଦ୍ରକ ପୋଲିସ ମିଳିତ ଚଢ଼ାଉ କରିଛି। ଘରୁ ଜବତ ହେଲା ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା। ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଶେଖ୍ ରାଜନକୁ ଓଡ଼ିଶାର ସବୁଠାରୁ ବଡ଼ ଗୋ ମାଫିଆ ବୋଲି କୁହାଯାଉଛି। ତା ଜରିଆରେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହୋଇଥାଏ।