Latest Odisha News

BREAKING NEWS

Thar Accident: ବୁଲେଟ୍‌କୁ ଧକ୍କା ଦେଲା ଥର୍‌: ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ପୁଣି ଥର୍ ଆତଙ୍କ। କ୍ୟାପିଟାଲ୍‌ ହସ୍ପିଟାଲ୍‌ ସାମ୍ନାରେ ଭୟଙ୍କର ଦୁର୍ଘଟଣା। ବୁଲେଟ୍‌କୁ ଧକ୍କା ଦେଲା ଥର୍‌। ଘଟଣାସ୍ଥଳରେ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଥର୍‌ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର୍‌ ଫେରାର୍ ଅଛି।

ସୂଚନା ଅନୁସାରେ ଦ୍ରୁତ ବେଗରେ ଆସି ବାଇକକୁ ଧକ୍କା ଦେଲା। ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଏଜି ଛକରୁ ଏୟାରପୋର୍ଟ ଆଡ଼କୁ ଯିବା ବେଳେ ଘଟିଛି ଦୁର୍ଘଟଣା । ଏକ ବୁଲେଟରେ ତିନି ଜଣ ଯାଉଥିବା ଯୁବକଙ୍କୁ ଧକ୍କା ଦେବାରୁ ଡିଭାଇଡର ପିଟିହୋଇ ଜଣଙ୍କ ଜୀବନ ଯାଇଛି । ମୃତ ଯୁବକ ଓଲଡ ଟାଉନ ଅଞ୍ଚଳର। ଆଉ ଦୁଇ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଥର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.