Latest Odisha News

BREAKING NEWS

ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ଼ ଆକ୍ରମଣ, ଫାଟିଲା ଗ୍ୟାସ ପାଇପ ଲାଇନ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଏକ ବଡ଼ ଆକ୍ରମଣ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଦେଶର ହିଂସାଗ୍ରସ୍ତ ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାର ଲକ୍କି ମାରୱାଟ ଅଞ୍ଚଳର ମାଞ୍ଜିୱାଲା ନିକଟରେ ଏକ ଗ୍ୟାସ ପାଇପଲାଇନକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଅଜ୍ଞାତ ବ୍ୟକ୍ତିମାନେ ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ଘଟାଇ ଭିତ୍ତିଭୂମିକୁ ବହୁତ କ୍ଷତି ପହଞ୍ଚାଇଛନ୍ତି। ପାଇପଲାଇନକୁ କ୍ଷତି ପହଞ୍ଚାଇବା ପାଇଁ ବିସ୍ଫୋରକ ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ।

ପାକିସ୍ତାନ ଏପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବିସ୍ଫୋରଣ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କୌଣସି ମନ୍ତବ୍ୟ ଦେଇନାହିଁ। ତଥାପି, ସ୍ଥାନୀୟ ସାମ୍ବାଦିକମାନେ ଦାବି କରିଛନ୍ତି ଯେ ପୁଲିସ ପାଇପଲାଇନ ବିସ୍ଫୋରଣକୁ ନିଶ୍ଚିତ କରିଛି। ଖାଇବର ପଖତୁନଖ୍ୱା ଅଞ୍ଚଳ ତେହେରିକ-ଏ-ତାଲିବାନ୍ ପାକିସ୍ତାନର ଏକ ଗଡ଼ ହୋଇଆସିଛି ଏବଂ ସାମ୍ପ୍ରତିକ ବର୍ଷଗୁଡ଼ିକରେ ହିଂସା ବୃଦ୍ଧି ପାଇଛି।

ଗ୍ୟାସ ପାଇପଲାଇନ ବିସ୍ଫୋରଣ ପୂର୍ବରୁ, ଟିଟିପି ଏକ ନୂତନ ଆକ୍ରମଣରେ ଖାଇବଲ ଜିଲ୍ଲାରେ ଏକ ସୁରକ୍ଷା ଚେକ୍ପୋଷ୍ଟକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ତିନି ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ନିହତ କ୍ୟାପ୍ଟେନଙ୍କ ନାମ ଆବାସ ଶିନୱାରି। ରିପୋର୍ଟ ଅନୁସାରେ, ଟିଟିପି ଆତଙ୍କବାଦୀମାନେ ପ୍ରଥମେ ଏକ ବିସ୍ଫୋରକ ଭର୍ତ୍ତି ଡ୍ରୋନ ସାହାଯ୍ୟରେ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଏବଂ ପରେ ପ୍ରବଳ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ଚାରି ଜଣ ଆହତ ମଧ୍ୟ ହୋଇଛନ୍ତି।

Leave A Reply

Your email address will not be published.