Latest Odisha News

BREAKING NEWS

ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା…

ଭୁବନେଶ୍ୱର: ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ । ୧୯୨୮ ମସିହା ଆଜିର ଦିନରେ ସେ ସେ ପ୍ରାଣତ୍ୟାଗ କରିଥିଲେ । ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା..

ବକ୍ସି ଜଗବନ୍ଧୁଙ୍କ ସମ୍ପୂର୍ଣ୍ଣ ନାମ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ସେ ବକ୍ସି ଜଗବନ୍ଧୁଙ୍କ ନାମରେ ବେଶ୍‌ ଲୋକପ୍ରିୟ ।

୧୮୧୭ ମସିହାରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ । ପାଇକ ବିଦ୍ରୋହକୁ ଅନେକ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମତ ପ୍ରକାଶ କରିଥାଆନ୍ତି ।

ବକ୍ସି ଜଗବନ୍ଧୁ ରାଜାଙ୍କର ବକ୍ସି ବା ସେନାପତି ଥିଲେ । ସେହି ସମୟରେ ପାଇକମାନେ ନିଷ୍କର ଜମି ଭୋଗ ଦଖଲ କରୁଥିଲେ ।

ମରାହଟ୍ଟାମାନଙ୍କୁ ଓଡିଶାରୁ ହଟାଇବା ପାଇଁ ଇଂରେଜମାନେ ଗଜପତି ମହାରାଜାଙ୍କୁ ସହାୟତା କରିଥିଲେ । ଏହାପରେ ରାଜ୍ୟର ଶାସନରେ ସେମାନେ ହସ୍ତକ୍ଷେପ କରିଥିଲେ ।

ଏହାପରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା । ଘୁମୁସୁରର କନ୍ଧ ଓ ପାଇକମାନେ ମିଳିତ ଭାବେ ବାଣପୁରରେ ଥିବା ଇଂରେଜମାନଙ୍କ ବିଭିନ୍ନ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ବାଣପୁରରୁ ପିପିଲି ମଧ୍ୟରେ ଥିବା ଇଂରେଜଙ୍କର ବିଭିନ୍ନ କାର୍ଯ୍ୟାଳୟ ଓ ସୈନ୍ୟ ଛାଉଣୀ ଉପରେ ଆକ୍ରମଣ ହୋଇଥିଲା ।

ପରେ ପୁରୀ ଆଡକୁ ଅଗ୍ରସର ହୋଇଥିଲେ । ମାତ୍ର ସେଠାରେ ଇଂରେଜ ସୈନ୍ୟମାନଙ୍କୁ ପ୍ରତିରୋଧ କରିବା ସମ୍ଭବ ହୋଇ ପାରି ନଥିଲା । ମାତ୍ର ବକ୍ସି ଜଗବନ୍ଧୁଙ୍କୁ ଇଂରେଜମାନେ ଗିରଫ କରି ପାରି ନଥିଲେ ।

ପରେ ବଡଲାଟ୍‌ ୧୮୨୨ ମସିହା ରେ ଜଗବନ୍ଧୁଙ୍କୁ କେତକ ସର୍ତ୍ତରେ କ୍ଷମା କରିବେ ବୋଲି ଘୋଷଣା କରିଥିଲେ । ମାତ୍ର ବକ୍ସି ଜଗବନ୍ଧୁ ଏହାକୁ ଗ୍ରହଣ କରି ନ ଥିଲେ । ମାତ୍ର ଇଂରେଜମାନଙ୍କ ସତର୍କତା ଯୋଗୁଁ ବିଦ୍ରୋହୀ ପାଇକମାନଙ୍କର ଅବସ୍ଥା ଶୋଚନୀୟ ହୋଇଥିଲା ।

ଏହାପରେ ୧୮୨୫ ମସିହାରେ ବକ୍ସି ଜଗବନ୍ଧୁ ଆତ୍ମ ସମର୍ପଣ କରିଥିଲେ ।ଇଂରେଜମାନେ କଟକର ବକ୍ସି ବଜାରରେ ବକ୍ସି ଜଗବନ୍ଧୁଙ୍କୁ ଗୃହବନ୍ଦୀ କରି ରଖିଥିଲେ। ୧୯୨୯ ମସିହାରେ ବକ୍ସି ଜଗବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Comments are closed.