Latest Odisha News

ଆଜି ‘ଜାତୀୟ କନ୍ୟାରତ୍ନ ଦିବସ’: ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ୱର: ଜାନୁଆରୀ ୨୪ । ପ୍ରତିବର୍ଷ ଏହିଦିନ ପାଳନ କରାଯାଏ ‘ଜାତୀୟ କନ୍ୟାରତ୍ନ ଦିବସ’ ।

ସ୍ୱାଧୀନତାର ଏତେ ବର୍ଷ ପରେ ଆଜି ବି ଥମିନି କନ୍ୟାଭୃଣ ହତ୍ୟା ପରି ଜଘନ୍ୟ ଅପରାଧ । ଲୋକ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ସମାଜରେ ଝିଅ ଓ ପୁଅ ମାନଙ୍କ ଭିତରେ ପ୍ରଭେଦ ପରି ଘଟଣା ମାନ ଘଟିବ ନଜର ଆସୁଛି ।

ଏହାକୁ ଦୂର କରିବା ପାଇଁ ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଜାନୁଆରୀ ୨୪ ତାରିଖରେ ଏହି ଦିବସ ପାଳନର ଆରମ୍ଭ କରାଯାଇଥିଲା । ବିଗତ ୧୨ ବର୍ଷ ହେବ ଏହି ଦିନ ଦେଶ ବ୍ୟାପୀ ପାଳନ କରାଯାଇ ଆସୁଅଛି ।

ଏହିଦିନ କନ୍ୟା ସନ୍ତାନ ମାନଙ୍କୁ ସୁରକ୍ଷା ଦେବା, ପୁତ୍ର ଓ କନ୍ୟା ସନ୍ତାନ ମଧ୍ୟରେ ଥିବା ହାରକୁ କମାଇବା ଆଦି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସରକାର ତଥା ସ୍ୱେଚ୍ଛାଚାରୀ ସଂଗଠନ ମାନଙ୍କ ତରଫରୁ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଏ ।

ପ୍ରତେକ କ୍ଷେତ୍ରରେ କନ୍ୟା ସନ୍ତାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କ ପାଇଁ ଅଧିକ ରୁ ଅଧିକ ସୁଯୋଗ ସୃଷ୍ଟି କରିବା ହିଁ ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ।

ତେବେ ଆଜିବି ଅବହେଳିତ ଓ ନିଷ୍ପେସିତ ଶିଶୁଙ୍କ କାହାଣୀରେ ଆଖି ଦୃଶିଆ ପରିବର୍ତ୍ତନ କିନ୍ତୁ ଅଣାଯାଇପାରିନାହିଁ । ରାଜ୍ୟରେ ବିଭିନ୍ନ ସମୟରେ ଶିଶୁ କନ୍ୟା ମାନ ଉଦ୍ଧାର ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି ।

ସରକାରଙ୍କର ବେଟି ବଚାଓ, ବେଟି ପଢାଓ, ସେଭ ଦି ଗାର୍ଲ ଓ କନ୍ୟାରତ୍ନ ପରି ଅନେକ ଅଭିଯାନ ସତ୍ୱେ ସମାଜରେ କନ୍ୟାସନ୍ତାନ ଅଲୋଡ଼ା ଅଖୋଜା ହୋଇରହିଛନ୍ତି । ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଉପେକ୍ଷିତ କନ୍ୟା ସନ୍ତାନଙ୍କ ପ୍ରତି ଅସମାନତା ଦୂର ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ଭାରତୀୟ ସମାଜରେ ପ୍ରତ୍ୟେକଟି କନ୍ୟା କିଭଳି ଯଥାର୍ଥ୍ୟ ସମ୍ମାନ ଓ ମୂଲ୍ୟ ପାଇବେ ତାହା ପ୍ରତିଟି ପରିବାରର କର୍ତ୍ତବ୍ୟରେ ପରିଣତ ହେବା ଉଚିତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚାଇଛି ।

Leave A Reply

Your email address will not be published.