Latest Odisha News

BREAKING NEWS

Epstein Files: ଏପଷ୍ଟାଇନ ଲିଙ୍କରେ ଧର୍ମଗୁରୁ ଦଲାଇ ଲାମାଙ୍କ ନାଁ, ସ୍ପଷ୍ଟୀକରଣ ଦେଲେ…

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ନାଁ ଏବେ ଏପଷ୍ଟାଇନ ଫାଇଲ୍ସରେ ପ୍ରକାଶ ପାଇଛି। ଯାହା ଆମେରିକା ସମେତ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରୁଛି।

ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାରି ଏପଷ୍ଟାଇନ ଫାଇଲ୍ସ ଦଲିଲରେ ଦଲାଇ ଲାମାଙ୍କ ନାମ ୧୬୯ ଥର ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ପରେ ସୋସିଆଲ ମିଡିଆ ମଧ୍ୟ ସରଗରମ ହୋଇପଡ଼ିଛି। ଯାହାକୁ ନେଇ ପ୍ରେସ ବିବୃତ୍ତି ଜାରି କରି ସ୍ପଷ୍ଟୀକରଣ ରଖିଛନ୍ତି ଦଲାଇଲାମା।

ଏପଷ୍ଟାଇନ ଫାଇଲ୍ସରେ ତାଙ୍କ ନାମ ପ୍ରକାଶିତ ହେବା ପରେ ଦଲାଇଲାମା ଏକ ପ୍ରେସ ନୋଟ୍ ଜାରି କରି କହିଛନ୍ତି ଯେ “ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକ ଧର୍ମଗୁରୁ ଦଲାଇଲାମାଙ୍କୁ ଜେଫ୍ରି ଏପଷ୍ଟାଇନଙ୍କ ସହିତ ଯୋଡ଼ିବାକୁ ଚେଷ୍ଟା କରୁଛି। ଆମେ ସ୍ପଷ୍ଟ କରୁଛୁ ଯେ ସେ କେବେ ଜେଫ୍ରି ଏପଷ୍ଟାଇନଙ୍କୁ ଭେଟି ନାହାଁନ୍ତି କିମ୍ବା ତାଙ୍କ ପକ୍ଷରୁ ଭେଟିବା କିମ୍ବା ଯୋଗାଯୋଗ କରିବା ପାଇଁ କାହାକୁ ଅନୁମତି ଦେଇନାହାଁନ୍ତି।”

ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଦଲିଲରେ ୧୬୯ ଥର ଦଲାଇଲାମାଙ୍କ ନାଁ ଉଠିଛି। ଯାହାକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଯାହାପରେ ଦଲାଇ ଲାମାଙ୍କ କାର୍ଯ୍ୟାଳୟ ତୁରନ୍ତ ଏକ ପ୍ରେସ୍ ବିବୃତ୍ତି ଜାରି କରି ଏପଷ୍ଟାଇନ୍ ଫାଇଲରେ ଥିବା ଅଭିଯୋଗଗୁଡ଼ିକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଥିଲା।

Leave A Reply

Your email address will not be published.