Latest Odisha News

BREAKING NEWS

Cyber Fraud: ନିବେଶ ନାଁରେ ୫୦ ଲକ୍ଷ ଟଙ୍କା ଠକେଇ; କୋଲକାତାରୁ ଠକ ଗିରଫ

ଭୁବନେଶ୍ୱର:ଅନଲାଇନ୍ ଇନଭେଷ୍ଟମେଣ୍ଟ ନାଁରେ ୫୦ ଲକ୍ଷ ଟଙ୍କା ଠକେଇ । ପଶ୍ଚିମବଙ୍ଗର କୋଲକାତାରୁ ଠକକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଅରବିନ୍ଦ ପାଲ ପଶ୍ଚିମବଙ୍ଗ ହୁଗ୍ଲୀ ଜିଲ୍ଲା ମଙ୍ଗ୍ରା ଥାନା ଅଞ୍ଚଳର । ଉଚ୍ଚ ରିଟର୍ନ ଦେବା ପ୍ରଲୋଭନ ଦେଖାଇ ପ୍ରାୟ ୫୦ ଲକ୍ଷ ୧୬ ହଜାର ଟଙ୍କା ଠକେଇ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟର ସାଇବର ଥାନା ପୋଲିସ ।

ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ୱର ଆଣାଯାଇଛି ।

ପୋଲିସର ସୂଚନା ଅନୁସାରେ, ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳର ବୃନ୍ଦାବନ ଗାର୍ଡେନ ଆପାର୍ଟମେଣ୍ଟର ବାସିନ୍ଦା ଭାଗିରଥି ମହନ୍ତଙ୍କୁ ଉଚ୍ଚ ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ । WhatsApp Group ମାଧ୍ୟମରେ ଅନଲାଇନ୍ ଟ୍ରେଡିଂରେ ନିବେଶ କରାଇଥିଲେ । SMC SIT-3 WII Group ନାମର WhatsApp Group ଜରିଆରେ ନିଜକୁ କୋ-ଅର୍ଡିନେଟର ଭାବେ ପରିଚୟ ଦେଇଥିଲା ଅଭିଯୁକ୍ତ । ନକଲି ଟ୍ରେଡିଂ ଆକାଉଣ୍ଟ ଖୋଲି ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ବାଧ୍ୟ କରିଥିଲା । ଭାଗିରଥି ମହାନ୍ତିଙ୍କ ଠାରୁ ମୋଟ ୫୦ ଲକ୍ଷ ୧୬ ହଜାର ଟଙ୍କା ଠକେଇ କରାଯାଇଛି ।

Leave A Reply

Your email address will not be published.