Latest Odisha News

BREAKING NEWS

Major Blast And Fire At Faridabad: ଏକ ରାସାୟନିକ କାରଖାନାରେ ବିସ୍ଫୋରଣ;୪୨ ଜଣ ଗୁରୁତର ଭାବେ ପୋଡ଼ି…

ନୂଆଦିଲ୍ଲୀ: ସୋମବାର ଦିନ ହରିୟାଣାର ଫରିଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହରିୟାଣାର ଫରିଦାବାଦର ସେକ୍ଟର-୨୪ରେ ଅବସ୍ଥିତ କାଲକା କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରାୟ ୪୨ଜଣ ଲୋକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି ।

ବାର ଜଣ ଆହତଙ୍କୁ ସିଭିଲ୍ ହସ୍ପିଟାଲରେ ଏବଂ ପ୍ରାୟ ୩୦ ଜଣଙ୍କୁ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ତିନି ଜଣ ପୋଲିସ କର୍ମଚାରୀ ଏବଂ ଦୁଇଜଣ ଅଗ୍ନିଶମ କର୍ମଚାରୀ ଅଛନ୍ତି। ବିସ୍ଫୋରଣରେ ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ । କମ୍ପାନୀ ବାହାରେ ପାର୍କିଂ ହୋଇଥିବା ୮ ରୁ ୧୦ ଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଅଗ୍ନିକାଣ୍ଡର ଖବର ପାଇବା ପରେ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ କହିଛନ୍ତି ଯେ ସେମାନେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଆଖପାଖ ଅଞ୍ଚଳକୁ ମଧ୍ୟ ଖାଲି କରାଯାଇଛି।

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ। ପୋଲିସ ଏବଂ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.