Latest Odisha News

BREAKING NEWS

Skywalk in Bhubaneswar: ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍‌

ଭୁବନେଶ୍ବର:ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ । ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ସ୍କାଏୱାକ୍‌ । ଏହି ସ୍କାଏୱାକର ଲମ୍ବ ୫୦୦ ମିଟର ରହିବ । ଏନେଇ ବୁଧବାର NHAI ଆଞ୍ଚଳିକ ଅଫିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ଳାଶୁଣି-ରସୁଲଗଡ଼ ଛକ ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା। ଏହି ଏଲିଭେଟେଡ୍ କରିଡର ନିର୍ମାଣ ହେବା ଫଳରେ ପଥଚାରୀମାନେ ଭାରି ଯାନବାହନ ଚଳାଚଳ କରୁଥିବା ରାସ୍ତା ଉପରେ ନଯାଇ ସୁରକ୍ଷିତ ଭାବେ ଯାଇପାରିବେ। ଏଥିପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ବୁଧବାର NHAI ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି। ସହରର ପ୍ରବେଶ ପଥରେ ଟ୍ରାଫିକ୍ ଅନୁଶାସନ ବଜାୟ ରଖିବା ଏବଂ ଲୋକଙ୍କୁ ଏକ ନିରାପଦ ଯାତ୍ରା ଅନୁଭୂତି ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।

Leave A Reply

Your email address will not be published.