Latest Odisha News

BREAKING NEWS

Journalist Attacked: ସାମ୍ବାଦିକଙ୍କ ହାତ ଓ ଗୋଡ଼କୁ ଖଣ୍ଡାରେ ହାଣିଲେ ୬ ଦୁର୍ବୃତ୍ତ

ଅନୁଗୁଳ: ପୁଣି ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିପକାଇଲେ ୬ ଜଣ ଦୁର୍ବୃତ୍ତ । ଏହି ଆକ୍ରମଣ ଘଟିଛି ତାଳଚେର ସନ୍ଥପଡ଼ା ନଦୀ ଘାଟରେ । ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣଙ୍କୁ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କାର୍ଯ୍ୟରତ ସାମ୍ବାଦିକ ଜଣକ ହେଲେ ପରଜଙ୍ଗ ବ୍ଲକର ସାନ୍ତନୁ କୁମାର ଭୁକ୍ତା । ସକାଳେ ଘରୁ ସନ୍ଥପଡ଼ା ବାଲି ଘାଟ ଆଡ଼କୁ ଶୌଚ ହେବାକୁ ଯାଇଥିବା ବେଳେ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ପର୍ଜଙ୍ଗ ବ୍ଲକର କୁଆଳୁ ପଞ୍ଚାୟତର ସରପଞ୍ଚ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ତାଳଚେର ଏସଡିପିଓ ଭରତ ଚରଣ ସାହୁ ପହଞ୍ଚି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.