Macron Tells Meloni To Stay In Own Lane: ମେଲୋନିଙ୍କ ଉପରେ ରାଗିକି ଫାୟର ମାକ୍ରନ, କହିଲେ, ‘ନିଜ ସୀମା ଭିତରେ ରୁହ…’
ନୂଆଦିଲ୍ଲୀ: ଭାରତରୁ ଫେରିବା ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଉପରେ ରାଗିଯାଇଛନ୍ତି। ଭାରତରୁ ଫେରିବା ବାଟରେ ହିଁ ମେଲୋନିଙ୍କ ଉପରେ ବର୍ଷିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏକ ପ୍ରଶ୍ନର ଉତ୍ତରରେ, ମେଲୋନିଙ୍କୁ ତାଙ୍କ ସୀମା ମଧ୍ୟରେ ରହିବାକୁ ଚେତାବନୀ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ ଇଟାଲୀ ପ୍ରଧାନମନ୍ତ୍ରୀ ନୀରବ ଥିଲେ। ଏହା ଠିକ୍ ନୁହେଁ। ଅନ୍ୟ ଦେଶ ଉପରେ ମନ୍ତବ୍ୟ ଦେବା ପୂର୍ବରୁ ତାଙ୍କୁ ସୂଚନା ସଂଗ୍ରହ କରିବା ଉଚିତ। ଦକ୍ଷିଣପନ୍ଥୀ କର୍ମୀ କ୍ୱେଣ୍ଟିନ୍ ଡେରାଙ୍କ ହତ୍ୟାକୁ ନିନ୍ଦା କରି ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ମନ୍ତବ୍ୟରେ କିଛି ଏପରି ମାକ୍ରୋନ୍ କ୍ରୋଧିତ ହୋଇଯାଇଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ମେଲୋନିଙ୍କୁ ସମାଲୋଚନା କରି ଆହୁରି କହିଛନ୍ତି ଯେ ଇଟାଲୀ ପ୍ରଧାନମନ୍ତ୍ରୀ ନିଜ ଦେଶରେ ହସ୍ତକ୍ଷେପ କରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ଅନ୍ୟ ଦେଶର ବ୍ୟାପାର ଉପରେ ମନ୍ତବ୍ୟ ଦେବାକୁ ହେଲେ ସଦା ବେଳେ ତତ୍ପର ଥାଆନ୍ତି। ଏହା ଠିକ୍ ନୁହେଁ।
ପୁରା ଘଟଣା କ’ଣ?
ଗତ ସପ୍ତାହରେ ଏକ ବିଶ୍ୱବିଦ୍ୟାଳୟ ବାହାରେ ଏକ ପ୍ରତିବାଦ ସମୟରେ ୨୩ ବର୍ଷୀୟ ଡେରାଙ୍କ ମୃତ୍ୟୁ ହୋଇଥିଲା। ଡେରାଙ୍କ ଜଣେ ଦକ୍ଷିଣପନ୍ଥୀ କର୍ମୀ ଏବଂ ସମାଜବାଦୀ ଫରାସୀ ସରକାରଙ୍କର ଜଣେ କଠୋର ବିରୋଧୀ ଥିଲେ। ଡେରାଙ୍କ ନିକଟତର ଲୋକମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ହତ୍ୟା ଉଦ୍ଦେଶ୍ୟମୂଳକ ଥିଲା। ଡେରାଙ୍କ ନିକଟତର ଲୋକଙ୍କ ଅନୁଯାୟୀ, ପ୍ରତିବାଦ ସମୟରେ ୬ ଜଣ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଶାସକ ଦଳର ଜଣେ ନେତାଙ୍କୁ ହତ୍ୟା ପାଇଁ ଅଭିଯୁକ୍ତ କରାଯାଇଛି। ଫ୍ରାନ୍ସରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ତଦନ୍ତ ସମୟରେ ପୋଲିସ ୧୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ଯାହାକୁ ନେଇ ଏବେ ମେଲୋନି ଏବଂ ମାକ୍ରୋନ ମୁହାଁମୁହିଁ ହୋଇଛନ୍ତି।
ତେବେ ଏହା ପ୍ରଥମ ନୁହେଁ, ମାକ୍ରୋନ ଏବଂ ମେଲୋନି ଅତୀତରେ ଅନେକ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗର୍ଭପାତ ଅଧିକାର ଏବଂ ପ୍ରବାସ ପ୍ରସଙ୍ଗ ମଧ୍ୟ ରହିଛି। ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ମେଲୋନି ନିଜର ପ୍ରଭାବ ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଜଣେ ଦକ୍ଷିଣପନ୍ଥୀ ଆଦର୍ଶବାଦୀ ମେଲୋନିଙ୍କୁ ପ୍ରାୟତଃ ୟୁରୋପୀୟ ପ୍ରସଙ୍ଗ ଉପରେ ସ୍ପଷ୍ଟବାଦୀ ଭାବରେ ଦେଖାଯାଏ। ତଥାପି, ଏଥର ମାକ୍ରୋନ୍ ତାଙ୍କୁ ଯେଉଁଭଳି ଭାବରେ ଉତ୍ତର ଦେଇଛନ୍ତି ତାହା ଇଟାଲୀୟ ରାଜନୈତିକ ବିଶ୍ଳେଷକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏହା ପ୍ରଥମ ଥର ଯେତେବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କୌଣସି ଦେଶର ସର୍ବୋଚ୍ଚ ନେତାଙ୍କ ବିଷୟରେ ଏପରି ବୟାନ ଦେଇଛନ୍ତି।ଯାହାର ସଫେଇ ଦେଇ ଇଟାଲୀୟ ବୈଦେଶିକ ମନ୍ତ୍ରୀ କହିଛନ୍ତି, ମେଲୋନି ଫ୍ରାନ୍ସରେ ଆଭ୍ୟନ୍ତରୀଣ ଭାବରେ ହସ୍ତକ୍ଷେପ କରିନଥିଲେ। ସେ କେବଳ ସେହି ଦୁଃଖ କଷ୍ଟ ପ୍ରତି ସମ୍ବେଦନଶୀଳତା ଦେଖାଇଥିଲେ।