Latest Odisha News

BREAKING NEWS

ମେମୁ ଟ୍ରେନ୍ ମୁହାଁମୁହିଁ ଖବର; ସ୍ପଷ୍ଟ ସୂଚନା ଦେଲା ଇଷ୍ଟ କୋଷ୍ଟ ରେଲୱେ

କଟକ: ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ଧକ୍କାରୁ ବର୍ତ୍ତିବା ନେଇ ଖବର ନେଇ ସାମ୍ନାକୁ ଆସିଲା ସତ ଘଟଣା । ମେମୁ ଟ୍ରେନ୍ ମୁହାଁମୁହିଁ ଖବର ମିଛ ବୋଲି ସ୍ପଷ୍ଟ କଲା ପୂର୍ବତଟ ରେଳବାଇ । ସେଭଳି କିଛି ଘଟଣା ଘଟି ନାହିଁ । ଦୁଇଟି ମେମୁ ଟ୍ରେନ ଗୋଟିଏ ଟ୍ରାକରେ ଥିଲେ ମୁହାଁମୁହିଁ ନୁହେଁ । ଉଭୟ ଟ୍ରେନ ନିରାପଦ ବ୍ୟବଧାନରେ ମଧ୍ୟ ଥିଲେ । ଅଟୋମେଟିକ ସିଗନାଲ ସିଷ୍ଟମରେ ଦୁଇଟି ଯାକ ଟ୍ରେନ ଯାଉଥିଲେ ବୋଲି ସ୍ପଷ୍ଟ ସୂଚନା ଦେଲା ଇଷ୍ଟ କୋଷ୍ଟ ରେଲୱେ ।

ମେମୁ ଟ୍ରେନ୍ ର ଦୁଇ ପଟେ ଇଞ୍ଜିନ୍ ବା କ୍ୟାବିନ୍ ଥାଏ । ସେଥିପାଇଁ ଦେଖିବା ଲୋକଙ୍କୁ ଟ୍ରେନ୍ ର ଦିଗକୁ ନେଇ କିଛି ସମୟ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଇପାରେ ବୋଲି କହିଛି ଇଷ୍ଟକୋଷ୍ଟ ରେଲୱେ । ଏଭଳି ଘଟଣାରେ କୌଣସି ପ୍ରକାର ସୁରକ୍ଷା ତ୍ରୁଟି ହୋଇନାହିଁ ।

ବିନା ଯାଞ୍ଚରେ ଏଭଳି ଖବର ପ୍ରସାରଣ କରନ୍ତୁ ନାହିଁ, ଯାହାଦ୍ୱାରା ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ। ରେଳବାଇ ପାଇଁ ଯାତ୍ରୀଙ୍କ ସୁରକ୍ଷା ସର୍ବଦା ପ୍ରାଥମିକତା ବୋଲି ଗଣମାଧ୍ୟମକୁ ଅନୁରୋଧ କରିଛି ରେଳବାଇ ।


ସୂଚନାଯୋଗ୍ୟ, ବାଲେଶ୍ୱର–ଭୁବନେଶ୍ୱର ମେମୁ ଏବଂ ତାଳଚେର–ପୁରୀ ମେମୁ ଏକ ‘ଅଟୋମାଟିକ୍ ସିଗନାଲିଂ’ ବ୍ୟବସ୍ଥା ଥିବା ଲାଇନ୍ ରେ ଚାଲୁଥିଲେ । ଏହି ବ୍ୟବସ୍ଥାରେ ଗୋଟିଏ ଟ୍ରେନ୍ ଅନ୍ୟ ଟ୍ରେନ୍ ଠାରୁ ଏକ ନିର୍ଦ୍ଧାରିତ ସୁରକ୍ଷିତ ଦୂରତାରେ ରହିଥିଲା । ହେଲେ ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ମୁହାଁମୁହିଁ ହୋଇଥିବା ଖବର ପ୍ରଚାର ହୋଇଥିଲା । ଯାହାକୁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଖଣ଼୍ଡନ କରାଯାଇଛି ।

Leave A Reply

Your email address will not be published.