Latest Odisha News

BREAKING NEWS

Odisha CM’s Public Grievance: ଏହି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ଵର: ଏହି ସୋମବାର ବନ୍ଦ୍ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ୧୭ତମ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଚାଲୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣି (ଜନ ଅଭିଯୋଗ ଶୁଣାଣି) ଫେବୃଆରୀ ୨୩ ତାରିଖ ସୋମବାର ବନ୍ଦ ରହିବ।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ବିଧାନସଭା କାର୍ଯ୍ୟକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ପାଇଁ ସ୍ଥିର ହୋଇଥିବା ଶୁଣାଣି ବାତିଲ କରାଯାଇଛି। ପରବର୍ତ୍ତୀ ସାଧାରଣ ଅଭିଯୋଗ ଶୁଣାଣି ତାରିଖ ସମ୍ବାଦପତ୍ର ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ସାଧାରଣ ଜନତାଙ୍କୁ ଯଥାସମ୍ଭବ ଘୋଷଣା କରାଯିବ।

ତେବେ ବିଧାନସଭା ଅଧିବେଶନ ଯୋଗୁଁ ଚଳିତ ମାସରେ ଏହା ପ୍ରଥମ ଥର ପାଇଁ ଏପରି ବାତିଲ।

Leave A Reply

Your email address will not be published.