ମୁମ୍ବାଇ: ବଲିଉଡର ଦୁଇ ପ୍ରତିଷ୍ଠିତ କଳାକାର ଜ୍ୟାକି ଶ୍ରଫ ଓ ଶିଳ୍ପା ଶେଟ୍ଟୀ ୨୬ ବର୍ଷ ପରେ ପୂନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ୨୦୦୦ରେ ସେମାନେ ଶେଷ ଥର ପାଇଁ ଜଙ୍ଗ ଫିଲ୍ମରେ ଅଭିନୟ କରିଥିଲେ । ଆମାଜନ ପ୍ରାଇମ ଭିଡିଓର ଏକ ୱେବ ସିରିଜରେ ସେମାନଙ୍କୁ ପୂନର୍ବାର ଏକତ୍ର ଦେଖିବାକୁ ମିଳିବ । ଓଟିଟିରେ ଏହି ଯୋଡୀ କମାଲ କରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।
ମିଡ ଡେରେ ପ୍ରସାରିତ ଖବର ଅନୁସାରେ ଉଭୟ ଏହି ୮ ଏପିସୋଡ ବିଶିଷ୍ଟ ସିରିଜରେ ଅଭିନୟ କରିବାକୁ ରାଜି ହୋଇଛନ୍ତି । ସ୍କ୍ରିପ୍ଟ ଚୂଡାନ୍ତ ହୋଇ ସାରିଛି । ମୁମ୍ବାଇ ଓ ପୁଣେର କେତେକ ଲୋକେଶନରେ ଏହାର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଉଭୟ କଳାକାରଙ୍କ ଡେଟକୁ ଏବେ ଅପେକ୍ଷା କରାଯାଇଛି । ମାର୍ଚ୍ଚରେ ଏହା ଫ୍ଲୋରକୁ ଯିବ ଓ ପ୍ରିନ୍ସିପଲ ଫଟୋଗ୍ରାଫି ପାଇଁ ୬୦ ଦିନର ସମୟ ରଖାଯାଇଛି । ବ୍ୟସ୍ତବହୂଳ ସହର ସଭ୍ୟତାରେ କିପରି ସମ୍ପର୍କ ରହୁଛି ତାହା ଉପରେ ଏହା ପର୍ଯ୍ୟବେଶିତ ।