ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ ଭାରତୀୟ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ଦୁଇ ବଡ଼ ମାଓ ନେତା ଦେବଜୀ ଓରଫ ଟିପରି ତିରୁପତି ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜିରେଡ୍ଡୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ସହ ଅନ୍ୟ ୧୩ ଜଣ ହାର୍ଡକୋର ନକ୍ସଲ ସମେତ ମୋଟ ୧୬ ଜଣ ମାଓବାଦୀ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିବାର ସୂଚନା ମିଳିଛି ।
ଗତ କିଛି ଦିନ ପୂର୍ବରୁ ଏହି ଦୁଇ ଟପ୍ ମାଓ ନେତାଙ୍କୁ ଟାର୍ଗେଟ କରାଯାଇ ଅପରେସନ କାଗାର -୨ ଆରମ୍ଭ କରାଯାଇଥିଲା । ସେମାନଙ୍କ ଆତ୍ମସମର୍ପଣ ପରେ ଏହା ସଫଳ ହୋଇଥିବା କୁହାଯାଉଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଆତ୍ମସମର୍ପଣ କରିଥିବା ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।