ଗଜପତି: ଅନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ମାତ୍ରାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ର ପଗଡ ହେଉଛି । ଏହି ସମୟରେ ଏଥିରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତି ଧରାପଡି ଜେଲ୍ ଯାଉଥିବାବେଳେ, ସେମାନଙ୍କ ନିକଟରୁ ବହୁମୂଲ୍ୟର ବିପୁଳ ନିଶା ଦ୍ରବ୍ୟ ଜବତ ହେଉଛି । ତଥାପି ଏହି କାର୍ଯ୍ୟକଳାପ ଉପରେ ରୋକ ଲାଗୁନଥିବା ଦେଖିବାକୁ ମିଳିଛି ।
ଏହି କ୍ରମରେ ଆଜି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ ଗାଁ ନିକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବାବେଳେ, ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ଅଡବା ଅଞ୍ଚଳରୁ ଗଞ୍ଜାମ ଜିଲାକୁ ଚୋରା ଚାଲାଣ ପାଇଁ ରଖା ଯାଇଥିବା ନେଇ ପୋଲିସ ପକ୍ଷରୁ ସୁଚନା ମିଳିଛି ।
ଅନ୍ୟପଟେ ଅଡବା ଥାନା ରେ ୪୫/୨୬ ରେ ଏକ ମାମଲା ରୁଜୁ ହୋଇ ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଶୁଶାନ୍ତ ପାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମୋହନା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରଯାଇଥିଲା ଯାହାର ପରିଣାମ ୫ କୁଇଣ୍ଟାଲ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।