Latest Odisha News

ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ଅକଲାଣ୍ଡ: ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଦଳକୁ ୭ ୱିକେଟରେ ପରାସ୍ତ କରିଛି । କିୱିଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୩୨ ରନ୍ କରିଥିବା ବେଳେ ଭାରତ ୧୭.୩ ଓଭରରେ ୩ ୱିକେଟ ହରାଇ ୧୩୫ ରନ କରି ବିଜୟ ହାସଲ କରିଛି ।

୧୩୨ ରନର ପିଛା କରି ଭାରତ ସହଳ ଓପନର ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ରୋହିତ ୮ ରନ କରି ଆଉଟ୍ ହୋଇଥିବା ବେଳେ କପ୍ତାନ କୋହଲୀ ମାତ୍ର ୧୧ ରନ କରି ନିଜ ୱିକେଟ ହରାଇଥିଲେ । ଫର୍ମରେ ଥିବା କେ ଏଲ୍ ରାହୁଲ୍ ୫୦ଟି ବଲରୁ ଆକର୍ଷଣୀୟ ୫୭ ରନ କରି ଶେଷ ପର୍ଯ୍ୟନ୍ତ ୱିକେଟରେ ରହିଥିଲେ । ରାହୁଲଙ୍କୁ ସହଯୋଗ କରିଥିଲେ ଶ୍ରେୟସ୍ ଆୟାର୍ । ସେ ମାତ୍ର ୩୩ଟି ବଲରୁ ୪୪ ରନ କରିଥିଲେ, ସେଥିରେ ଥିଲା ୩ଟି ଛକା ଓ ଗୋଟିଏ ଚୌକା ।

Comments are closed.