Latest Odisha News

BREAKING NEWS

ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି… 

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଦୃଷ୍ଟିରେ ରଖି ଦୁର୍ଗା ପୂଜା ଉତ୍ସବକୁ  ନିରାଡମ୍ବର ଭାବେ ପାଳନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।

ବିଶେଷ କରି ଚାଷୀ ଭାଇ ଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖିତ ଅଛନ୍ତି। ଯେଉଁଥିପାଇଁ ଦୁର୍ଗା ପୂଜା ଓ ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲି ଦର୍ଶନ କରିବେ ନାହିଁ ।

ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ଯ କରାଯାଇଛି। “ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ ସ୍ଥିତି ଓ ଚାଷୀ ଭାଇଭଉଣୀଙ୍କ ପ୍ରତି ଏକାତ୍ମତା ପ୍ରକାଶ କରି ସେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ପରିଦର୍ଶନ କାର୍ଯ୍ୟକ୍ରମରୁ ନିବୃତ୍ତ ରହିବା ସହ ରାଜ୍ୟବାସୀଙ୍କ ମଙ୍ଗଳ ଓ ସମୃଦ୍ଧି ପାଇଁ ମା’ ଜଗଜ୍ଜନନୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି”।

Leave A Reply

Your email address will not be published.