ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି। ଏନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ତାଙ୍କ ଏକ୍ସରେ ପୋଷ୍ଟ କରଛନ୍ତି। ଓଡ଼ିଶା ପରିବାର, ଗୃହ ବିଭାଗ ଓ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ ବୈଠକ ପରେ ନଂ ଜାରି ହୋଇଛି।
ଉକ୍ତ ନଂ ହେଲା ବୈଦେଶିକ ମନ୍ତ୍ରାଳୟ-୮୦୦୪୬୩୪୨, ହ୍ବାଟ୍ସଆପ-୯୭୧୫୪୩୦୯୦୫୭୧, ଓଡ଼ିଶା ପରିବାର ସ୍ବତନ୍ତ୍ର ଅଧିକାରୀ-୯୫୮୩୩୨୧୯୬୪ଙ୍କୁ ସମ୍ପର୍କ କରିପାରିବେ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ଜାରି କରାଯାଇଛି। ଏଥି ସହ ପରିସ୍ଥିତି ଉପରେ ନଜର ମଧ୍ୟ ରଖାଯାଇଛି।