Latest Odisha News

BREAKING NEWS

Bomb Threat: କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

କେନ୍ଦୁଝର: ସମ୍ବଲପୁର ପରେ କେନ୍ଦୁଝର ଜିଲ୍ଲା ଅଦାଲତକୁ ମିଳିଲା ବୋମା ଧମକ । ମଙ୍ଗଳବାର କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍‌କୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହା ପରେ ତୁରନ୍ତ ଟାଉନ୍ ଥାନାରେ ଏକ ଏତଲା ଦାୟର କରାଯାଇଥିଲା ।

ପୋଲିସ ପ୍ରଶାସନ ପକ୍ଷରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଡଗ୍ ସ୍କ୍ୱାର୍ଡ ଏବଂ ବୋମା ନିଷ୍କ୍ରିୟକାରୀ ଦଳ କୋର୍ଟରେ ପହଞ୍ଚି କୋର୍ଟ ରୁମ୍, କାର୍ଯ୍ୟାଳୟ ଏବଂ ବାହାର ପରିସରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରିଛନ୍ତି । ଏହି ଘଟଣାକୁ ନେଇ କେନ୍ଦୁଝର ବାର୍ ଆସୋସିଏସନ୍ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସଦର ଏସଡିପିଓଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ପ୍ରକାରର ସନ୍ଦେହଜନକ ପଦାର୍ଥ କିମ୍ବା ବୋମାର ସୁରାକ୍ ମିଳିନାହିଁ । ତଥାପି ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ସଜାଗ ରହିବା ସହ ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.