ଭଦ୍ରକ: ଗତକାଲି ରାତିରେ ଘରେ ବିଶ୍ୱକପ୍ ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖୁଥିବା ବେଳେ ଫୋନ୍ କରି ଯୁବକକୁ ଡାକି ସଙ୍ଗବଦ୍ଧ ଭାବେ ୪ରୁ ଅଧିକ ଦୃର୍ବୁତ୍ତ ହତ୍ୟା କରି ଫେରାର ମାରିଛନ୍ତି। ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ଗୁଣ୍ଠୁନିଆ ବଜାର ଉପରେ ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀର ଶ୍ରୀକୁମାର ସ୍ବାମୀ। ଯୁବକ ଜଣଙ୍କ କ୍ରିକେଟ ମ୍ୟାଚ ଘରେ ଦେଖୁଥିଲେ। ମ୍ୟାଚ୍ ସମୟରେ ତାଙ୍କୁ ଫୋନ ଆସିବା ପରେ ସେ ଘରୁ ବାହାରି ଗୁଣ୍ଠୁଣିଆ ବଜାରକୁ ଯାଇଥିଲେ।
ସେଠାରେ ପ୍ରାୟ ୪ ଜଣ ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ମଧ୍ୟ ଭୟରେ ବିରୋଧ କରିପାରି ନଥିଲେ। ଗୁରୁତର ଶ୍ରୀକୁମାରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହତ୍ୟାକାରୀ ମାନେ ବିଭିନ୍ନ ଅପରାଧରେ ସାମିଲ ଥିବା ପୋଲିସ ସୂଚନା ମିଳିଛି। ଘଟଣା ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ସୁନା ଚେନ୍, ଜୋତା ଜବତ କରି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ପୋଲିସ ତଦନ୍ତ ଚଳାଇଛି।
ଘଟଣାସ୍ଥଳରେ ଭଦ୍ରକ ଏସପି ମନୋଜ ରାଉତ ନିଜେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଏସପି କହିଛନ୍ତି ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ଦୁଇଟି ସ୍ଵତନ୍ତ୍ର ଟିମ ଅପରାଧୀଙ୍କୁ ଧରିବା ପାଇଁ ଯାଇଛନ୍ତି। ଖୁବ୍ ଶୀଘ୍ର ଅପରାଧିମାନେ ଧରାପଡ଼ିବେ ବୋଲି ଏସପି କହିଛନ୍ତି।