Latest Odisha News

Gold rate falls: ଯୁଦ୍ଧ ମଧ୍ୟରେ ଖସିଲା ସୁନା ଦର, ରୂପା ଦର ସ୍ଥିର

ଭୁବନେଶ୍ବର:ଗହଣା କିଣିବା ପୂର୍ବରୁ ଜାଣନ୍ତୁ କ’ଣ ରହିଛି ସୁନା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୨୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦର ଗତ ତିନି ଦିନ ଧରି ସ୍ଥିର ରହିଛି। ରୂପା ଦର ଏକ କେଜି ପ୍ରତି ୨ ଲକ୍ଷ ୯୦ ହଜାର ଟଙ୍କା ହୋଇଛି।

ଆଜି ୨୪କ୍ୟାରେଟ ସୁନା ୧୦ ଗ୍ରାମ୍ ପ୍ରତି ଦର ଆଜି ୧ ଲକ୍ଷ ୬୧ ହଜାର ୬୮୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହି ଦର ୧ ଲକ୍ଷ ୬୩ ହଜାର ୬୪୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୧୮୦୦ ଟଙ୍କା ହ୍ରାସ ପାଇଛି। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ଆଜି ୧ ଲକ୍ଷ ୪୮ ହଜାର ୨୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୫୦ ହଜାର ଟଙ୍କା ରହିଥିଲା।

୧୮ କ୍ୟାରେଟ୍ ସୁନା ଦର ୧୪୭୦ ଟଙ୍କା କମି ୧ ଲକ୍ଷ ୨୧ ହଜାର ୨୬୦ ଟଙ୍କା ହୋଇଛି। ଗତ କାଲି ୧ ଲକ୍ଷ ୨୨ ହଜାର ୭୩୦ ଟଙ୍କା ଥିଲା।

Leave A Reply

Your email address will not be published.