Latest Odisha News

BREAKING NEWS

ହାସ୍ୟାଭିନେତା ପପୁ ପମ୍ ପମ୍ ଚିକିତ୍ସା ଲାଗି ପୁଣି ଏମ୍ସରେ ଭର୍ତ୍ତି ହେଲେ

ଭୁବନେଶ୍ୱର : ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମ୍ ପମ୍ ପୁଣି ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି ।

ସୂତ୍ରରୁ ପ୍ରକାଶ, ଅଭିନେତା ପପୁ ପମ୍ ପମ୍ ଗତ ସପ୍ତାହରେ ପାକସ୍ଥଳୀରେ ଇନେଭେକ୍ସନ ଯୋଗୁଁ ପୁନର୍ବାର ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବାର ଜଣା ପଡ଼ିଛି ।

ତେବେ ତାଙ୍କ ପରିବାର ପକ୍ଷରୁ ତାଙ୍କର ଅସୁସ୍ଥତା ବା ଏମ୍ସରେ ଭର୍ତ୍ତି ହେବା ନେଇ କୌଣସି ସୂଚନା ମିଳିପାରିନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ, ପପୁ ଗତ ମାସରେ ଦିଲ୍ଲୀ ଏମ୍ସରେ ଦୀର୍ଘ ୨ମାସ ଧରି ଚିକିତ୍ସାଧୀନ ରହିବା ପରେ ଗତ ମାସରେ ଓଡ଼ିଶା ଫେରିଥିଲେ ।

ପପୁ ପମ୍ ପମ୍ ଗତ ମେ ୫ ତାରିଖରେ ତଳିପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କର ପାକସ୍ଥଳୀ ଜନିତ ଅସୁସ୍ଥତା ଜଣାପଡ଼ିଥିଲା ।

ତେବେ ଡ଼ାକ୍ତର ତାଙ୍କୁ ନୂଆଦିଲ୍ଲୀର ଏମ୍ସରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ । ପପୁ ମେ ୧୫ ତାରିଖରେ ନୂଆଦିଲ୍ଲୀ ଏମ୍ସର ଗ୍ୟାସଷ୍ଟ୍ରେନୋଲୋଜି ବିଭାଗର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସାପରେ ଏହି ଜନପ୍ରିୟ ହାସ୍ୟାଭିନେତା ସୁସ୍ଥତା ଅନୁଭବ କଲା ପରେ ଜୁନ ୧୦ ତାରିଖରେ ଭୁବନେଶ୍ୱର ଫେରିଥିଲେ ।

Leave A Reply

Your email address will not be published.