Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ରେକର୍ଡ଼ ଟାଇମିଂରେ ଦୂତି ଫାଇନାଲରେ, ନିରାଶ କଲେ ହିମା ଦାସ

ଜାକର୍ତ୍ତା : ଏସିଆ ମହାଦେଶରେ ଦ୍ୱିତୀୟ ତଥା ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଆଜି ଚମତ୍କାର ଦୌଡ଼ ପ୍ରଦର୍ଶନ କରି କ୍ରୀଡ଼ା ଜଗତକୁ ଚକିତ କରିଦେଇଛନ୍ତି । ଦୂତି ଆଜିର ସେମିଫାଇନାଲରେ ପ୍ରଥମ ହୋଇ ଭାରତକୁ ଗୌରବାନ୍ୱିତ କରିବା ସହିତ ୨୦୦ ମିଟର ଫାଇନାଲକୁ ଉନ୍ନିତ ହୋଇଛନ୍ତି ।

କେହି କେବେ ଆଶା କରିନଥିଲେ ଯେ, ଦୂତି ଟପିଯିବେ କାଜିକସ୍ଥାନ, ବାହାରିନ, ଚୀନ ବା କିରଗିଜସ୍ଥାନର ବିଶ୍ୱସ୍ତରୀୟ ସ୍ପ୍ରିଣ୍ଟରଙ୍କୁ । ଆଜି ଦୂତି ତାଙ୍କର ଫେଭରିଟ୍ ଇଭେଣ୍ଟ୍ ୨୦୦ ମିଟର ଦୌଡ଼ରେ ସମସ୍ତ ଶକ୍ତି ଖଟାଇ ଦୌଡ଼ରେ ସମସ୍ତଙ୍କ୍ୁ ପଛରେ ପକାଇ ଦେଇଥିଲେ ।

ଲାଗୁଥିଲା ଦୂତି ଚାନ୍ଦଙ୍କୁ କେବଳ ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥ ହିଁ ସାହା ହୋଇଛନ୍ତି । ଦୂତି ଏହି ଦୌଡ଼କୁ ମାତ୍ର ୨୩.୦୦ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ହୋଇଛନ୍ତି । ଫାଇନାଲକୁ ଉନ୍ନିତ ହୋଇଥିବା ସମସ୍ତ ପ୍ରତିଯୋଗୀ ଦୂତିଙ୍କ ଠୁ ବହୁତ ପଛରେ ରହିଛନ୍ତି ।

ତେଣୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଦୂତି ନିଶ୍ଚିତ ରୂପେ ୨୦୦ ମିଟର ଦୌଡ଼ ଜିତି ଭାରତକୁ ସ୍ୱର୍ଣ୍ଣ ପଦକ ଦେବେ ବୋଲି କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀ ଆଶା ବାନ୍ଧିଛନ୍ତି ।

ତେବେ ହିମା ଦାସଙ୍କୁ ନେଇ ବହୁ ପ୍ରଶଂସା ଓ ଚର୍ଚ୍ଚା ଲାଗିରହିଥିବା ବେଳେ ସେମିଫାଇନାଲରେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି । ହିମା ଦାସ ୨୦୦ ମିଟର ଦୌଡ଼ ଆରମ୍ଭ ଠିକ୍ ଭାବେ ନକରି ପାରି ପ୍ରତିଯୋଗିତାରୁ ବାହାର ହୋଇଥିଲେ । ସେ ପ୍ରତିଯୋଗିତାରେ ଅଯୋଗ୍ୟ ବିବେଚିତ ହୋଇ ସମସ୍ତଙ୍କୁ ନିରାଶ କରିଥିଲେ ।

Leave A Reply

Your email address will not be published.