Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ୮୦୦ ମିଟର ଦୌଡ଼ରେ ଭାରତକୁ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଲା

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ବିଭିନ୍ନ କ୍ରୀଡ଼ାରେ ବେଶ୍ ସଫଳତା ମିଳିପାରିଛି । ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତୀୟ ସ୍ପ୍ରିଣ୍ଟର୍ ମନଜିତ୍ ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଅନ୍ୟତମ ଭାରତୀୟ ଧାବକ ଜିନସନ ଜନସନଙ୍କୁ ରୌପ୍ୟ ପଦକ ମିଳିଛି ।

ସେହିପରି ବ୍ୟାଡ଼ମିଣ୍ଟନ ମହିଳା ସିଙ୍ଗଲ୍ସରେ ସିନ୍ଧୁ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଥିବା ବେଳେ ସେମିଫାଇନାଲରେ ହାରି ସାଇନା ନେହେୱାଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।

୪ ଗୁଣା ୪୦୦ ମିଟର ମିଶ୍ରିତ ବା ମିକ୍ସଡ଼ ରିଲେ ଦୌଡ଼ରେ ଭାରତକୁ ରୌପ୍ୟ ପଦକ ମିଳିଛି । ଏଥିରେ ମହମ୍ମଦ ଆନସ, ଆରୋକିଆ ରାଜୀବ, ଏମ ପୁଭାମ୍ମା ଏବଂ ହିମା ଦାସ ଭାଗ ନେଇଥିଲେ ।

Leave A Reply

Your email address will not be published.