ମାଲକାନଗିରି: ବଡ ଅଘଟଣ ଟଳିଲା । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟକରି ପାଇଁ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଛି । ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଯବାନମାନେ ମାଓବାଦୀମାନଙ୍କ ଦ୍ବାରା ଲଗାଯାଇଥିବା ୩ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ।
ସୂଚନାନୁସାରେ, ସୁକମା ଜିଲ୍ଲାର ଜଗରଗୁଣ୍ଡା ୨୨୬ସିଆରପିଏଫ୍ କ୍ୟାମ୍ପର ଯବାନ ସର୍ଚ୍ଚ ଅପରେସନ୍ ପାଇଁ ଜଗରଗୁଣ୍ଡା ଓ ନାରସାପାରା ଅଞ୍ଚଳକୁ ଯାଇଥିବାବେଳେ, ଜଙ୍ଗଲରେ ତିନୋଟି ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିବା ଦେଖିବାକୁ ପାଇଥିଲେ ଯବାନ ମାନେ । ଏହି ବୋମାକୁ ଉଦ୍ଧାର ପରେ ତୁରନ୍ତ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା ।
ବୋମା ନିଷ୍କ୍ରିୟ ଦଳ ପହଞ୍ଚି ତିନୋଟି ଲ୍ୟାଣ୍ଡମାଇନ୍କୁ ନିଷ୍କ୍ରିୟ କରିଥିଲେ । ଏହି ୩ଟି ଲ୍ୟାଣ୍ଡମାଇନ୍ ମଧ୍ୟରୁ ଗୋଟିଏ ୧ କିଲୋ, ୨ କିଲୋ ଓ ୪ କିଲୋ ଓଜନର ଥିଲା । ଉପଯୁକ୍ତ ସମୟରେ ଲ୍ୟାଣ୍ଡମାଇନ ଠାବ କରିବାରୁ ବଡ ଅଘଟଣ ଟଳିଯାଇଥିବା କୁହାଯାଉଛି ।