Latest Odisha News

BREAKING NEWS

Balugaon Dhaba: ଢାବାରେ ଭିନ୍ନକ୍ଷମ କର୍ମଚାରୀଙ୍କ ମର୍ଡର ଘଟଣା;ଦୁଇ ହତ୍ୟାକାରୀ ଗିରଫ

ଖୋର୍ଦ୍ଧା: ଢାବା କର୍ମଚାରୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଅନ୍ୟ ଏକ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା । ଏହି ବାଲୁଗାଁ ପଣ୍ଡା ଢାବାରେ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି । ମୋବାଇଲ ଦେଖିବା ଘଟଣାକୁ କେନ୍ଦ୍ରକରି ହୋଇଥିଲା ହତ୍ୟାକାଣ୍ଡ । ଦୁଇ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡ ଘଟଣାର ସିନ୍-ରିକ୍ରିଏସନ୍ କରିଛି ବାଲୁଗାଁ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତ ଭିଜା ଗାମୁଛା ବାଲୁଗାଁ ପୋଲିସ ଜବତ କରିଛି ।

ମୃତ ଭିନ୍ନକ୍ଷମ କର୍ମଚାରୀଙ୍କ ନାଁ ପପୁ ଦଳବେହେରା। ତାଙ୍କ ଘର ବାଣପୁର ଥାନା ଏକଡାଳିଆ ଗାଁରେ। ସେ କଥା କହିପାରୁ ନଥିଲେ।

ସୂଚନାଥାଉକି, ଜଣେ ହତ୍ୟା କଲା ଓ ଆଉ ଜଣେ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିଲା ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଖଲ୍ଲିକାପଲ୍ଲୀ ନିକଟରେ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ବାଲୁଗାଁ ପଣ୍ଡା ଢାବାରେ ସପ୍ଲାଏର ଭାବେ କାମ କରୁଥିଲେ ବାଣପୁର ଥାନା ଏକଡାଳିଆ ଗାଁର ଦିବ୍ୟାଙ୍ଗ ପପୁ ଦଳ ବେହେରା । ମଙ୍ଗରାଜପୁର ଗାଁର ଶାନ୍ତନୁ ପ୍ରଧାନ ଏକ ଛୁରୀରେ ପପୁର ବେକକୁ କାଟି ହତ୍ୟା କରିଥିଲା । ପରେ ମୃତଦେହକୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟତ୍ର ଫିଙ୍ଗିଦେଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତଭିଜା ଗାମୁଛାକୁ ଲୁଚାଇ ରଖିବାରେ ସହଯୋଗ କରିଥିଲା ଢାବା ମାଲିକ ତଥା ସ୍ଥାନୀୟ ବିଧାରପୁର ଗାଁର ମନୋରଞ୍ଜନ ବେହେରା ।

Leave A Reply

Your email address will not be published.