କୋଣାର୍କ: କୋଣାର୍କ ପୁରୀ ମେରାଇନ୍ ଡ୍ରାଇଭରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟୁରିଷ୍ଟ ବସ୍କୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆହତଙ୍କୁ ପ୍ରଥମେ କୋଣାର୍କ ମେଡିକାଲ ଓ ପରେ ଗୁରୁତରଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଆଜି ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି । କୋଣାର୍କରୁ ପୁରୀ ଯାଉଥିବା ଟୁରିଷ୍ଟ ବସ୍ ‘ସାଇରାମ’ ପଛକୁ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ସେପଟେ ପୋଲିସ ଯାତ୍ରୀବାହୀ ବସ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ଟୁରିଷ୍ଟ ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିବାବେଳେ ଯାତ୍ରୀବାହୀ ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିଲେ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.