Latest Odisha News

ରାଜ୍ୟରେ ଚିହ୍ନଟ ହୋଇନାହିଁ କରୋନା ଭାଇରସ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚୀନରେ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ୍ ପ୍ରବେଶ କରିଛି ଭାରତରେ ଏବଂ ଭାରତ ମୁହାଁ। ଗୁରୁବାର ଦିନ ଦେଶର ପ୍ରଥମ କୋରନା ରୋଗୀ କେରଳରେ ଚିହ୍ନଟ ହୋଇଛି।

ଏହିଭଳି ଆତଙ୍କିତ ମାହୋଲରେ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ସଚିବ ନୀକୁଞ୍ଜ ଧଳ ସୂଚନା ଦେଇଛନ୍ତି। ଯଦି କେହି ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କ ରକ୍ତ ପରୀକ୍ଷା ପାଇଁ ପୁନେ ପଠାଯିବ ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।

ଅନ୍ୟପଟେ ଚୀନରୁ ଫେରିଥିବା ୨ଜଣ ଓଡ଼ିଆଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ ଉଠୁଛି ।

ମିଳିଥିବା ସୂଚନା ଅନୁସାରେ, ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ତେବେ ସେମାନଙ୍କ ପରିଚୟ ଗୋପନ ରଖାଯିବା ସହ ୧୫ ଦିନ ପରେ ପୁଣି ଥରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବା ନେଇ ସୂଚନା ମିଳିଛି।

“ବର୍ତ୍ତମାନ ସେମାନଙ୍କୁ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି ଓ ପୁନଃ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ ହେଲାପରେ ଯାଇ ସେମାନେ ବାହାରକୁ ଯାଇପାରିବେ” ବୋଲି ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.