Latest Odisha News

BREAKING NEWS

ଆଇପିଏଲ: ଆଉ ଏକ କଡା ନିୟମ ଲାଗୁ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ ନିରପେକ୍ଷ ଓ ଶୃଙ୍ଖଳିତ ମ୍ୟାଚ ପାଇଁ କେତେଗୁଡିଏ ନୂତନ ନିୟମ ଲାଗୁ କରିଥିଲା । ଏବେ ପୂନର୍ବାର ଆଉ ଏକ କଡା ନିୟମ ଜାରୀ କରାଯାଇଛି । ମ୍ୟାଚ ସମୟରେ ଖେଳାଳିମାନେ ପଡିଆ ନିକଟରେ ବୁଲାବୁଲି କରିପାରିବେ ନାହିଁ । ଓଭରାଲ ୧୬ଜଣ ଖେଳାଳିଙ୍କୁ କେତେକ ଜରୁରୀ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯିବ । ଅନ୍ୟମାନେ ଡଗଆଉଟରେ ବସିବାକୁ ବାଧ୍ୟ । ପୂର୍ବରୁ ରିଜର୍ଭ ଖେଳାଳି ପଡିଆକୁ ଡ୍ରିଙ୍କସ, ବ୍ୟାଟ କିମ୍ବା ଅନ୍ୟ ସମୟରେ ଆସୁଥିଲେ । ଏବେ କେବଳ ରିଜର୍ଭ ପ୍ଲେୟାରଙ୍କ ଅନୁମତି ମିିଳିବ । ବାଉଣ୍ଡରି ରୋପ ନିକଟରେ ସର୍ବାଧିକ ୫ଜଣ ଖେଳାଳି ବୁଲିପାରିବେ ।

ଗୋଟିଏ ଟିମରେ ସର୍ବାଧିକ ୨୫ଜଣ ଖେଳାଳି ରହିଥାନ୍ତି । ସେମାନଙ୍କ ମଧ୍ୟରୁ ମ୍ୟାଚ ଶିଟରେ ୧୬ଜଣଙ୍କ ନାମ ପ୍ରଦାନ କରାଯାଇଥାଏ । ବିସିସିଆଇ ସମସ୍ତ ଟିମକୁ ଏହି ନୂଆ ନିୟମ ସମ୍ପର୍କରେ ଅବଗତ କରାଇ ଦେଇଛି । ଏଥିରେ ବ୍ୟତିକ୍ରମ ଦେଖାଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିସିସିଆଇର ନୂଆ ନିୟମ ଯୋଗୁ ଏଥର ମ୍ୟାଚର ଫଳାଫଳ ସମ୍ପର୍କରେ ଆକଳନ କରିବା ଟିମଗୁଡିକ ପାଇଁ କଷ୍ଟକର ହୋଇପଡିଛି ।

Leave A Reply

Your email address will not be published.