ଭୁବନେଶ୍ବର:ଭାରତର ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏକ ଅଗ୍ରଣୀ କମ୍ପାନୀ ମ୍ୟାକ୍ସ ହେଲଥ୍ କେୟାର ଇନଷ୍ଟିଚ୍ୟୁଟ୍ ଲିମିଟେଡ୍ ଭୁବନେଶ୍ୱରରେ ଅବସ୍ଥିତ କଳିଙ୍ଗ ହସ୍ପିଟାଲ୍ ରେ ୩୦୦ କୋଟିର ଇକ୍ୱିଟି ମୂଲ୍ୟରେ ୫୮.୪ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବାକୁ ଘୋଷଣା କରିଛି।
ମ୍ୟାକ୍ସ ହେଲଥକେୟାର ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଏବଂ ଏମ୍ଡି ଅଭୟ ସୋଇ କହିଛନ୍ତି ଯେ,ଆମେ ଏକ ଅତ୍ୟନ୍ତ ଆକର୍ଷଣୀୟ ବଜାର ଭୁବନେଶ୍ୱରରେ ଆମର ପ୍ରବେଶ ଘୋଷଣା କରି ଆନନ୍ଦିତ । ଏକ ସୁସ୍ଥିତ ଏବଂ ପ୍ରତିଷ୍ଠିତ ହସ୍ପିଟାଲର ଅଧିଗ୍ରହଣ କରିଛୁ । ଯେଉଁଠାରେ ଆମେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ସମ୍ଭାବନା ରହିଛି ।
୧୯୯୭ ମସିହାରୁ କାର୍ଯ୍ୟକ୍ଷମ କଳିଙ୍ଗ ହସ୍ପିଟାଲ୍ ହେଉଛି ଏକ ୨୫୦ ଶଯ୍ୟା ବିଶିଷ୍ଟ NABH ସ୍ୱୀକୃତିପ୍ରାପ୍ତ ହସ୍ପିଟାଲ୍ ଯାହା ଭୁବନେଶ୍ୱରରେ ୧୦ ଏକର ପରିମିତ ପ୍ରମୁଖ କ୍ୟାମ୍ପସ୍ରେ ଅବସ୍ଥିତ। ଏହି ହସ୍ପିଟାଲ୍ ଅତ୍ୟାଧୁନିକ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ରହିଛି, ଯେଉଁଥିରେ ୧୨୮-ସ୍ଲାଇସ୍ ସିଟି ସ୍କାନର, ୧.୫T MRI ଏବଂ ଏକ କ୍ୟାଥ୍ ଲ୍ୟାବ୍ ଅନ୍ତର୍ଭୁକ୍ତ ଏବଂ ନ୍ୟୁରୋଲୋଜି, କାର୍ଡିଓଲୋଜି, ଅର୍ଥୋପେଡିକ୍ସ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ରିନାଲ୍ ସାଇନ୍ସ ଏବଂ ଅଙ୍କୋଲୋଜି ଭଳି ବିଭିନ୍ନ ବିଶେଷଜ୍ଞତାରେ ବ୍ୟାପକ ସେବା ପ୍ରଦାନ କରେ।
ଏହି ଅଧିଗ୍ରହଣ ମ୍ୟାକ୍ସ ହେଲଥ କେୟାରର ନେଟୱାର୍କକୁ ସୁଦୃଢ଼ କରିବ ଏବଂ ଭବିଷ୍ୟତର ବିସ୍ତାର ପାଇଁ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା ରଖିଛି ।