Latest Odisha News

BREAKING NEWS

ଡନ୩ ବିବାଦ: ରଣବୀରଙ୍କୁ ନେଇ ମୁହଁ ଖୋଲିଲେ ଫରହାନ

ମୁମ୍ବାଇ: ଡନ ୩ ଫିଲ୍ମକୁ ନେଇ ଅଭିନେତା ରଣବୀର ସିଂ ଓ ନିର୍ଦ୍ଦେଶକ ଫରହାନ ଅଖତାରଙ୍କ ମଧ୍ୟରେ ବିବାଦ ଉପୁଜିଛି । ଏଥି ଯୋଗୁ ରଣବୀର ଏହି ଫିଲ୍ମରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ନୀରବ ରହିବା ପରେ ଫରହାନ ମୁହଁ ଖୋଲିଛନ୍ତି । ଏହା ମୋ କ୍ୟାରିୟରର ସବୁଠାରୁ ଖରାପ କ୍ଷଣ ଥିଲା ବୋଲି ସେ କହିଛନ୍ତି । ସବୁ କିଛି ହାଲକା ଭାବେ ନେଇ ହେବନି । ରଣବୀର ହଟିବା ପରେ ପ୍ରଢକ୍ସନ ହାଉସ ଏକ୍ସେଲ ଏଂଟରଟେନମେଂଟର ୪୦ କୋଟି ଟଙ୍କାର କ୍ଷତି ଘଟିଛି । ଧୂରନ୍ଧର ରିଲିଜ ପରେ ରଣବୀର ହଠାତ ଡନ ୩ରୁ ହଟି ଯାଇଥିଲେ । ଫରହାନ ଓ ତାଙ୍କ ପାର୍ଟନର ରିତେଶ ସିଦ୍ଧୱାନୀ ଏହି ଘଟଣା ପ୍ରଡ୍ୟୁସର୍ସ ଗିଲ୍ଡ ଅଫ ଇଣ୍ଡିଆ ସମ୍ମୁଖରେ ରଖିଥିଲେ ।

ଏହାର କିଛି ଫାଇଦା ହୋଇ ନ ଥିଲା । ରଣବୀରଙ୍କ ପକ୍ଷରୁ କୁହାଯାଇଛି ତାଙ୍କ କ୍ୟାରିୟର ଠିକ ବାଟେ ଯାଉ ନ ଥିବାରୁ ଫରହାନ ଫିଲ୍ମ ପ୍ରସ୍ତୁତରେ ବିଳମ୍ବ କରାଇଥିଲେ । ସେ ଫିଲ୍ମ ଛାଡିବା ପରେ ସାଇନିଂ ଆମାଂଉଟ ୧୦ କୋଟି ଫେରସ୍ତ କରିବା ସହ ଆଗାମୀ ଫିଲ୍ମ ପ୍ରଳୟର ଅଂଶୀଦାର ଦେବାକୁ ରାଜି ହୋଇଥିଲେ । ସୂଚନାଯୋଗ୍ୟ, ଶାହାରୁଖ ଖାଁଙ୍କୁ ବାଦ ଦେଇ ରଣବୀରଙ୍କୁ ଫରହାନ ଡନ ୩ରେ ନେଇଥିଲେ । ଏବେ ସେ ପୂନର୍ବାର ଶାହାରୁଖଙ୍କ ସହ ଆଲୋଚନା କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.