Latest Odisha News

BREAKING NEWS

ଆରପାରିରେ ବିପ୍ଳବୀ କବି ରବି ସିଂ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

  • ଭୁବନେଶ୍ୱର: ଓଡିଶାର ବିପ୍ଳବୀ କବି ରବି ସିଂ ଆଉ ନାହାଁନ୍ତି । କଟକର ଖପୁରିଆ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତରେ ଶୋକର ପରିବେଶ ସୃଷ୍ଟି କରିଛି । ୮୯ ବର୍ଷୀୟ ରବି ସିଂଙ୍କ ଦୁଇଟି ପୁତ୍ର ଅଛନ୍ତି ।

ପାରିବାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ ଗତ ୬ମାସ ଧରି କଟକର ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ଥିଲେ । ଏହା ପୂର୍ବରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲର ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା ।

cortesy : Sambad

ବିପ୍ଳବୀ କବି ନାମରେ ପରିଚିତ ରବି ସିଂ ବର୍ଷ ୨୦୧୭ରେ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ଓ ୧୯୬୧ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । କବି ‘ପଥପ୍ରାନ୍ତର କବିତା’, ‘ପଦାତିକ’, ‘ଅପ୍ରୀତିକର କବିତା’, ‘ବିଷବାଣୀ’, ‘କ୍ଷତ’ଓ ଅନେକ କବିତାର ସ୍ରଷ୍ଟା ଏବଂ ‘ଭଙ୍ଗା ହାତର କବିତା’, ‘ସର୍ବହରା’ ଭଳି ଏକାଧିକ ପୁସ୍ତକର ପ୍ରଣେତା ମଧ୍ୟ ।

ପ୍ରଖ୍ୟାତ କବିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରବର୍ଗଙ୍କୁ ସହାନୁଭୂତି ବ୍ୟକ୍ତ କରିଛନ୍ତି । ରବି ସିଂଙ୍କୁ ଜଣେ ପ୍ରତିଭାଶାଳୀ କବି ଓ ଲେଖକ ରୂପେ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, “ଓଡିଆ ସାହିତ୍ୟ ଜଗତରେ ତାଙ୍କ ସ୍ଥାନ ଅପୂରଣୀୟ । କବିଙ୍କ ଦେଶଭକ୍ତି ଭାବନା ତାଙ୍କର ସମସ୍ତ କବିତାରେ ପ୍ରତିଫଳିତ ହୁଏ ।”

ସ୍ୱାଧୀନତା ସଂଗ୍ରାମ ଓ ଓଡିଆ ସାହିତ୍ୟରେ ରବି ସିଂଙ୍କ ଅପାର ଯୋଗଦାନ ପାଇଁ ତାଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କ୍ରିୟା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.