Latest Odisha News

BREAKING NEWS

କଂଗ୍ରେସର ଘୋଷଣାପତ୍ର ଜାରୀ: ମାଗଣା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିଛି । ପୂର୍ବରୁ ବିଜେପି ଏବଂ ଆପ୍ ସେମାନଙ୍କ ଘୋଷଣାପତ୍ର ଜାରୀ କରି ସାରିଛନ୍ତି । ଏଥିରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଓ ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ମାଗଣା ରହିଛି ।

ସେହିପରି ସରକାରୀ ଚାକିରୀରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ । ବେକାରୀ ଶିକ୍ଷିତ ଯୁବକଙ୍କୁ ଭତା ଗୁରୁତ୍ୱପୂର୍ଣ୍ଣ ରହିଛି । ପୂର୍ବରୁ ଆପ ତାର ଘୋଷଣା ପତ୍ରରେ ଶିକ୍ଷା,ବିଜୁଳି ଓ ପାଣି ଉପରେ ଫୋକସ କରିଥିଲା ।

ବିଜେପି ସ୍ୱଚ୍ଛ ପାନୀୟ ଜଳ ଏବଂ ୨ ଟଙ୍କାରେ ଗହମ ଯୋଗାଇଦେବ ବୋଲି ଘୋଷଣାପତ୍ରରେ ଉଲ୍ଲେଖ କରିଥିଲା ।

Leave A Reply

Your email address will not be published.