ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଂଚଲ୍ୟ । ବିଚ୍ ରାସ୍ତାରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରବିବାର ସକାଳେ ମର୍ଣ୍ଣିଂୱାକରେ ଯାଇଥିବା ବେଳେ ବାଇକ୍ରେ ଆସି ଦୁଇ ଦୁର୍ବୃତ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌର ହଜରତଗଂଜ ଅଚଂଳରେ ଏହି ହତ୍ୟାକାଣ୍ଡ ଘଟିଛି ।
ସୂଚନା ମୁତାବକ ରବିବାର ଗୋରଖପୁର ଜିଲ୍ଲା ନିବାସୀ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଣଜୀତ ବଚ୍ଚନ ତାଙ୍କ ସାନଭାଇଙ୍କ ସହ ମର୍ଣ୍ଣିଂୱାକରେ ଯାଇଥିଲେ । ଏହି ସମୟରେ ହଜରତଗଂଜ ସ୍ଥିତ ସେଂଟ୍ରାଲ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ବିଲ୍ଡିଂ ନିକଟରେ ଦୁଇ ଜଣ ଦୁର୍ବୃତ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ରଣଜୀତଙ୍କ ମୁଣ୍ଡକୁ ଗୁଳି ବାଜିଥିଲା । ଘଟଣାସ୍ଥଳରେ ରଣଜୀତ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭାଇ ଗୁରୁତର ହୋଇଛନ୍ତି । ତାଙ୍କୁ କିଙ୍ଗସ୍ ଜର୍ଜ ମେଡିକାଲ ୟୁନିର୍ଭସିଟିର ଟ୍ରମା ସେଂଟର୍ରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
BREAKING NEWS
- Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED ଜବତ
- ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା
- Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା
- ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି
- ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବାବେଳେ ଚଢ଼ାଉ; ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଗିରଫ
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
Comments are closed.