ଭୁୁବନେଶ୍ୱର: ମହାମାରୀର ରୂପ ନେଇଥିବା କରୋନା ଭୁତାଣୁ ଦିନକୁ ଦିନ ନିଜ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏଥିରେ ସାମାନ୍ୟ ବର୍ତି ଯାଇଛି ଓଡ଼ିଶା । ଓଡ଼ିଶାରୁ ଚିହ୍ନଟ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି । ଆଗକୁ କୌଣସି ବ୍ୟକ୍ତିଙ୍କୁ କରୋନା ଭାଇରସର କିଛି ଲକ୍ଷଣ ନଜରକୁ ଆସିଲେ ଜଣାଇବାକୁ ଅନୁରୋଧ କରାଯାଇଛି । ଏନେଇ ଡିଏମ୍ଇଟି ନିର୍ଦ୍ଦେଶକ ଡା.ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନା ମୁତାବକ କରୋନା ଆକ୍ରାନ୍ତ ସନ୍ଦେହରେ ଭୁବନେଶ୍ୱରରୁ ୫ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପୁଣେ ପଠାଯାଇଥିଲା । ତେବେ ୫ ଜଣଙ୍କ ମଧ୍ୟରୁ ୪ଜଣଙ୍କ ରକ୍ତ ନମୁନା ଯାଂଚ ରିପୋର୍ଟ ଆସିଛି । ଏଥିରେ ୪ ଜଣଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । ତେବେ କନ୍ଧମାଳରୁ ଆସିଥିବା ଯୁବକଙ୍କ ରକ୍ତ ପରୀକ୍ଷାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଏଥିପାଇଁ ସମୟ ଲାଗିବ ।
ସେପଟେ ଆଜି ଆଉ ଜଣେ ଛାତ୍ର ଚୀନ୍ରୁ ଓଡ଼ିଶାକୁ ଫେରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ହୋମ ଅବଜରଭେସନରେ ରଖାଯାଇଛି । ବାହାରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ସବୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ଠାରେ ଥଣ୍ଡା, କାଶ, ଛାଡୁ ନଥିବା ଲକ୍ଷଣ ଦେଖାଯାଏ ତେବେ ଶିକ୍ଷାନୁଷ୍ଠାନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଏମ୍ଇଟି ଡ଼ା.ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
BREAKING NEWS
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
Comments are closed.