Latest Odisha News

BREAKING NEWS

ଭାରତର ସ୍ମରଣୀୟ ବିଜୟ, ସିରିଜ ୫-୦ରେ ପୋଛିନେଲା

ମାଉଂଟ ମାଉନଗାନୁଇ : ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ଏଠାରେ ଅନୁଷ୍ଠିତ ୫ମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ରନରେ ପରାସ୍ତ କରିଛି । ଏଥିସହ ୫-୦ରେ ଭାରତ ଐତିହାସିକ ସିରିଜ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ରୋହିତ ଶର୍ମାଙ୍କ ୬୦ (ରିଟାୟର ହର୍ଟ) ଓ କେଏଲ ରାହୁଲଙ୍କ ୪୫ ରନ ସହାୟତାରେ ୨୦ ଓଭରରେ ୩ ଉଇକେଟ ବିନିମୟରେ ୧୬୩ ରନ କରିଥିଲା ।

ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା । ରସ ଟେଲର ୫୩ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତି ବୁମରା ସର୍ବାଧିକ ୩ଟି ଉଇକେଟ ନେଇଥିଲେ ।

Leave A Reply

Your email address will not be published.