Latest Odisha News

ସୂର୍ଯ୍ୟକୁମାରଙ୍କ ବଦଳରେ କିଏ ହେବ ଟିମ ଇଣ୍ଡିଆର ଟି୨୦ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଚୟନ କମିଟିଙ୍କ ରାଡାରରେ ଆସିଛନ୍ତି । ଆଗାମୀ ଆନ୍ତର୍ଜାତୀୟ ଟି୨୦ ମୁକାବିଲା ପୂର୍ବରୁ ସେ ଅଧିନାୟକ ପଦ ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି । ୨୦୨୬ ଟି୨୦ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇଥିଲେ ମଧ୍ୟ ଖରାପ ଫର୍ମ ତାଙ୍କ ପାଇଁ କାଳ ସାଜିଛି । ରିପୋର୍ଟ ମୁତାବକ ଚୟନ କମିଟି ଏବେ ସୂର୍ଯ୍ୟକୁମାରଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଛି । ଭାରତ ତାର ପରବର୍ତୀ ଟି୨୦ ସିରିଜ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ । ଏହା ୨୬ ଜୁନରୁ ଆରମ୍ଭ ହେବ । ଟିମ ଇଣ୍ଡିଆ ଏହି ୨ ମ୍ୟାଚ ବିଶିଷ୍ଟ ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ ।

ଯଦି ସୂର୍ଯ୍ୟକୁମାର ଅଧିନାୟକ ପଦରୁ ହଟିବେ ତେବେ ତାଙ୍କ ସ୍ଥାନରେ ଅକ୍ଷର ପଟେଲ, ଈଶାନ କିଶାନ କିମ୍ବା ସଞ୍ଜୁ ସାମସନ ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି । ଟି୨୦ ବିଶ୍ୱକପରେ ଅକ୍ଷର ଉପ ଅଧିନାୟକ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ଅଭିଜ୍ଞ ଦୃଷ୍ଟିକୋଣରୁ ତାଙ୍କୁ ପ୍ରାଥମିକତା ଦିଆଯାଇପାରେ । ତେବେ ଫର୍ମ ଏବଂ ପ୍ରଦର୍ଶନ ବିଚାରକୁ ନେଲେ ସଞ୍ଜୁ ଏବଂ ସାମସନ ପଛରେ ନାହାନ୍ତି । ଆଗାମୀ ଟି୨୦ ବିଶ୍ୱକପରୁ ସେମାନଙ୍କୁ ସୁଯୋଗ ମିଳିଲେ ଅଭିଜ୍ଞ ସମ୍ପନ୍ନ ଭାବେ ଦାୟିତ୍ୱ ତୁଲାଇପାରିବେ । ଏବେ ସମସ୍ତଙ୍କ ନଜର ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଉପରେ ରହିଛି ।

Leave A Reply

Your email address will not be published.