ଲର୍ଡସ: ନ୍ୟୁଜିଲାଣ୍ଡ ଟିମ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ସିରିଜର ପ୍ରଥମ ମ୍ୟାଚ ଜୁନ ୪ରୁ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହେବ । ଏଥିସହ ଟେଷ୍ଟ କ୍ରିକେଟରେ ସର୍ବାଧିକ ୧୫୦ ମ୍ୟାଚ ଲର୍ଡସ ଗ୍ରାଉଣ୍ଡରେ ଆୟୋଜିତ ହେବ । ୧୮୮୪ରେ ଏହି ଐତିହାସିକ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ସେବେଠାରୁ ଇଂଲଣ୍ଡ ଗସ୍ତରେ ଯେଉଁ ଟିମ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି ଲର୍ଡସରେ ଗୋଟିଏ ମ୍ୟାଚ ଖେଳିଥାନ୍ତି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ତୃତୀୟ ସଂସ୍କରଣର ଫାଇନାଲ ମ୍ୟାଚ ମଧ୍ୟ ଏଥିରେ ଖେଳା ଯାଇଥିଲା ।
ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ଲର୍ଡସରେ ୧୪୯ ଟେଷ୍ଟ ଖେଳାଯାଇଛି ଏଥିରେ ୫୪ ଥର ପ୍ରଥମ ବ୍ୟାଟିଂ କରିଥିବା ଟିମ ବିଜୟ ହାସଲ କରିଛି । ୪୪ ଥର ଦ୍ୱିତୀୟ ବ୍ୟାଟିଂ କରିଥିବା ଦଳ ବିଜେତା ହୋଇଛି । ୫୧ ମ୍ୟାଚ ଡ୍ର ରହିଛି । ୧୧୮ ଟେଷ୍ଟ ମ୍ୟାଚ ସହ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୧୧୪ ଟେଷ୍ଟ ମ୍ୟାଚ ଆୟୋଜନ କରି ସିଡନୀ ଗ୍ରାଉଣ୍ଡ ତୃତୀୟ ସ୍ଥାନରେ ରହିଛି । ଇଂଲଣ୍ଡର କିଙ୍ଗଷ୍ଟନ ଓଭାଲ(୧୦୮) ଓ ଓଲ୍ଡ ଟ୍ରାଫେଡ(୮୬) ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ଭାରତରେ ସର୍ବାଧିକ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଛି । ଏଠାରେ ଓଭରାଲ ୪୩ ଟେଷ୍ଟ ମ୍ୟାଚ ଆୟୋଜିତ ହୋଇଛି ।