ଭୁବନେଶ୍ବର: ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଯୁକ୍ତି ନେଇ ଚିଠି ଜାରି କରିଛି ପବ୍ଲିକ୍ ଏଣ୍ଟରପ୍ରାଇସ୍ ବିଭାଗ । ବିଭାଗର ଲକ୍ଷ୍ୟ ଜୁନ ୩୦ ସୁଦ୍ଧା ୧ ହଜାର ୧୮୩ ଜଣଙ୍କୁ ନିଯୁକ୍ତି ଦେବା ।
ନିର୍ଦ୍ଦେଶ ଅନୁସାରେ ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି । ନୂଆ ସରକାର ଆସିବା ପରେ ୩୨ଟି ବୋର୍ଡ ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
୧୭ଟି ବୋର୍ଡ ନିଗମରେ ଜଣେ ବି ନିଯୁକ୍ତ ହୋଇ ନାହାନ୍ତି। ୨ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଖୁବଶୀଘ୍ର ଏହାକୁ ପୂରଣ କରାଯିବ ବୋଲି ସୂଚନା ମିଳିଥିଲା।