Vizag steel plant: ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୧୫୦୦ ଡିଗ୍ରୀ ଫୁଟୁଥିବା ତରଳ ଇସ୍ପାତ ପଡି ଚାଲିଗଲା ୮ଜଣଙ୍କ ଜୀବନ, ଅନେକ ଗୁରୁତର
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଇସ୍ପାତ କାରଖାନାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ପ୍ଲାଣ୍ଟ ଭିତରେ ପ୍ରଚୁର ପରିମାଣରେ ଫୁଟୁଥିବା ତରଳ ଇସ୍ପାତ ଉଠାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଅନେକ ଶ୍ରମିକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଇସ୍ପାତ କାରଖାନାର SMS-2 ଏବଂ STC-3 ହିଟ୍ FG ବିଭାଗରେ ଘଟିଛି। ଏକ କ୍ରେନ୍ ସାହାଯ୍ୟରେ ଫୁଟୁଥିବା ତରଳ ଇସ୍ପାତକୁ ଉପରକୁ ଉଠାଯାଉଥିଲା ରିପୋର୍ଟ ଅନୁଯାୟୀ, ୧୫୦୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ଫୁଟୁଥିବା ଏହି ମେଟାଲ୍ ଲିକ୍ବିଡର ଲାଡେଲ୍ ହଠାତ୍ ଅନିୟନ୍ତ୍ରିତ ହୋଇଗଲା ଏବଂ ଯାହା ଫଳରେ ଫୁଟୁଥିବା ଗରମ ଇସ୍ପାତ ସେଠାରେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଗଲା।ଇସ୍ପାତ କାରଖାନାର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ଏହି ଅଘଟଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ବଢ଼ିପାରେ ବୋଲି କୁହାଯାଇଛି ।
VIDEO | Visakhapatnam, Andhra Pradesh: At least five workers were killed after molten iron spilled at the Vizag Steel Plant. Further details are awaited.
(Source: Third Party)
(Full video available on PTI Videos – https://t.co/n147TvrpG7) pic.twitter.com/2G0fnZmgFv
— Press Trust of India (@PTI_News) June 8, 2026
ବିଶାଖାପାଟଣା ଇସ୍ପାତ କାରଖାନାରେ ଦୁର୍ଘଟଣା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି। ସେ ଘଟଣା ବିଷୟରେ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇବା ଏବଂ ସମସ୍ତ ବିଭାଗ ମିଳିତ ଭାବରେ ରିଲିଫ୍ ପଦକ୍ଷେପ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଇସ୍ପାତ କାରଖାନାର ଅଧିକାରୀମାନେ ଚନ୍ଦ୍ରବାବୁଙ୍କୁ ବର୍ତ୍ତମାନର ପରିସ୍ଥିତି ଏବଂ କାର୍ଯ୍ୟକାରୀ ହେଉଥିବା ରିଲିଫ୍ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା ମଧ୍ୟ ଇସ୍ପାତ କାରଖାନାରେ ଦୁର୍ଘଟଣା ବିଷୟରେ ପଚାରି ବୁଝିଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।