ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପରେ ରୋମାଂଚ ଭରିବାରେ ଲାଗିଛି । ଇତି ମଧ୍ୟରେ ୨୦୨୮ ଟି୨୦ ବିଶ୍ୱକପ ପାଇଁ ୯ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏଥିରେ ଭାରତ ଓ ପାକିସ୍ତାନ ପରି ଟିମ ରହିଛନ୍ତି । ଆୟୋଜକ ହେବା ଯୋଗୁ ପାକିସ୍ତାନ ପ୍ରଥମରୁ ଯୋଗ୍ୟତା ହାସଲ କରି ସାରିଥିଲା । ଚଳିତ ବିଶ୍ୱକପରେ ୧୨ଟି ଟିମ ଅଂଶଗ୍ରହଣ କରୁଛନ୍ତି । ୨ଟି ଗ୍ରୁପର ପ୍ରଥମ ୪ଟି ସ୍ଥାନରେ ରହିଥିବା ଦଳ ସିଧାସଳଖ ପରବର୍ତୀ ସଂସ୍କରଣ ପାଇଁ ଯୋଗ୍ୟତା ହାସଲ କରିବେ । ପାକିସ୍ତାନ ୫ମ ସ୍ଥାନରେ ରହିଥିଲେ ମଧ୍ୟ ଆୟୋଜକ ହେବା ଯୋଗୁ ଫାଇଦାରେ ରହିଛି ।
ଅନ୍ୟ ୮ଟି ଟିମ ହେଲା ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ୧୦ମ ଟିମର ନାମ ଜୁଲାଇ ୬ରେ ଜଣାପଡିବ । ଏହା ଆଇସିସି ର୍ୟାଙ୍କିଙ୍ଗକୁ ଆଧାର କରି କରାଯିବ । ସ୍କଟଲାଣ୍ଡ ନିକଟରେ ସୁଯୋଗ ଥିଲେ ମଧ୍ୟ ଶ୍ରୀଲଙ୍କାଠାରୁ ହାରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାକି ଟିମ ଯୋଗ୍ୟତା ଭିିତିରେ ପ୍ରବେଶ କରିବେ ।
