ଭୁବନେଶ୍ୱର: ବେଆଇନ୍ ରଙ୍ଗଶାଳା ଭାଙ୍ଗିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ୨୦୧୮ରେ ରଙ୍ଗଶାଳା ଭଙ୍ଗା ଯାଇଥିବା କୁହା ଯାଉଥିଲେ ବି ଏ ଯାଏ କାହିଁକି ଭଙ୍ଗା ଯାଇନଥିଲା, ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତାରାଣୀ ମରି ନଥାଆନ୍ତେ । ସ୍ମିତାରାଣୀ ମୃତ୍ୟୁ ମାମଲାରେ ତଥ୍ୟ, ପ୍ରମାଣ ନଷ୍ଟ ଲାଗି ଏବେ ଭଙ୍ଗା ଗଲା ବୋଲି ବିଜେପି ଅଭିଯୋଗ କରିଛି ।
ଲେଖାଶ୍ରୀ କହିଛନ୍ତି ଯେ, ସରକାରଙ୍କ ନାକତଳେ କିଭଳି ଏଭଳି ବେଆଇନ ଷ୍ଟ୍ରକଚର ଚାଲିଥିଲା ଆଉ ଯେତେବେଳେ ସ୍ମିତାରାଣୀ ହତ୍ୟା ହୋଇଗଲା, ତାଙ୍କ ହତ୍ୟା ପରେ ଏହି ଘରକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢ଼ିଲା ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ପୋଲିସ ମଧ୍ୟ ସିସିଟିଭି ଜବତ କରିନି, ସିସିଟିଭିକୁ ଜାଣିଶୁଣି ନଷ୍ଟ କରି ଦିଆଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ରୂପେଶ ଭଦ୍ର, ବିଜେଡି ନେତା ରାମକୋ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ତଦନ୍ତକୁ ଦିଶାହୀନ କରିବା ଲାଗି ଠୋସ ପ୍ରମାଣ ନଷ୍ଟ ଲାଗି ଏଭଳି କରାଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି ।
ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇ ବାକୁ ଏଭଳି ପ୍ରୟସା କରାଯାଇଛି । ତଦନ୍ତ ଉପରେ ଆମର ବିଶ୍ୱାସ ନାହିଁ ଆମେ ବାରମ୍ବାର ତଦନ୍ତ ଦାବି କରିଆସିଛୁ । କ୍ରାଇମବ୍ରାଂଚ ତଦନ୍ତ ମଧ୍ୟ କରିପାରିବେ ହେଲେ ସରକାର କରୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ଖୁବ୍ଶୀଘ୍ର ଏହି ମୃତ୍ୟୁ ମାମଲାର ତଦନ୍ତ ନହେଲେ ଆଗକୁ ବିଜେପି ଜୋର୍ଦାର ପ୍ରତିବାଦ କରିବ ବୋଲି ସେ କହିଛନ୍ତି ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.