ନୂଆଦିଲ୍ଲୀ: ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ ୭୦ଟି ଆସନରେ ମତଦାନ ଚାଲିଛି । ମତଦାନ ପାଇଁ କେବଳ ସାଧାରଣ ଜନତା ନୁହଁନ୍ତି ନେତା ମନ୍ତ୍ରୀଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ଦେଖାଦେଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥିତ ବୁଥରେ ମତଦାନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ତାଙ୍କ ପରିବାର ସହ ମିଶି ଭୋଟ ଦେଇଛନ୍ତି ।
ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ମତଦାନ କରିଛନ୍ତି । ସେହିପରି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ, ଲାଲ କୃଷ୍ଣ ଆଡଭାନୀ ମଧ୍ୟ ଭୋଟ ଦେଇଛନ୍ତି । କେବଳ ନେତା ମନ୍ତ୍ରୀ ନୁହନ୍ତି, ବଲିଉଡ କଳାକାରଙ୍କୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।
୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଦିଲ୍ଲୀ ବାସୀ । ଆଜି ସନ୍ଧ୍ୟା ୬ଟାରେ ମତଦାନ ବନ୍ଦ ହେବ । ଏହାପରେ ବିଭିନ୍ନ ବେସକରାରୀ ସଂସ୍ଥା ପକ୍ଷରୁ ଏଗ୍ଜିଟ୍ ପୋଲ୍ ପ୍ରକାଶ ପାଇବ । ତେବେ ଫେବୃଆରୀ ୧୧ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫାଇନାଲ ରେଜଲ୍ଟ କ’ଣ ହେବ ତାହା ଜଣାପଡିବ ।
BREAKING NEWS
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି

Comments are closed.