ନୀଳଗିରି:ବାଘୁଣୀ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ବର ଜିଲ୍ଲା ନୀଳଗିରି କୂଲଡିହା ଅଭୟାରଣ୍ୟ ବାଲିଆନାଳ ନଟାପଡ଼ାରେ ଜଣେ ଯୁବ ଚାଷୀ ଦୀର୍ଘ ସମୟ ଧରି ବାଘୁଣୀ ସହ ଲଢ଼ି ନିଜ ଜୀବନ ବଞ୍ଚାଇ ଫେରିଥିବା ବେଳେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ସୁନୀଲ କୁମାର ସିଂହ । ଏବେ ସେ ବାଲେଶ୍ବର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ସୁନୀଲ ବିଲରେ ହଳ କରୁଥିବାବେଳେ ତାଙ୍କ ବଳଦ ଜଙ୍ଗଲ ଭିତରକୁ ଚାଲିଗଲେ । ସେ ଅଭୟାରଣ୍ୟ ଭିତରେ ବଳଦକୁ ଖୋଜୁଥିବାବେଳେ ବାଘୁଣୀ ଯମୁନା ତାଙ୍କ ଅତର୍କିତ ଭାବେ ଆକ୍ରମଣ କରିଥିଲା । ସେ ନିଜକୁ ବଞ୍ଚାଇବାକୁ ସବୁ ଉଦ୍ୟମ କରିଥିଲେ । ଏହାସହ ବଡ଼ ପାଟିରେ ଚିତ୍କାର କରିଥିବାବେଳେ ପାଖରେ ବିଲରେ କାମ କରୁଥିବା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ସୁନୀଲଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ନୀଳଗିରି ମେଡିକାଲୀରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟଅବସ୍ଥାକୁ ଦେଖି ବାଲେଶ୍ବର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବାଘ ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ହାତ ଗୋଡ଼ରେ ବିଶେଷଭାବେ ଆଘାତ ଲାଗିଛି । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୁନୀଲଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ନୀଳଗିରି ମେଡିକାଲୀରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟଅବସ୍ଥାକୁ ଦେଖି ବାଲେଶ୍ବର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବାଘ ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ହାତ ଗୋଡ଼ରେ ବିଶେଷଭାବେ ଆଘାତ ଲାଗିଛି । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।