Latest Odisha News

BREAKING NEWS

ଦିନିକିଆ ର଼୍ୟାଙ୍କିଙ୍ଗ ଶୀର୍ଷରେ ଗିଲ, ୨୩୦ ସ୍ଥାନ ଉପରକୁ ଉଠିଲେ ବୈଭବ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲର ସଦ୍ୟତମ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପୁଣି ଥରେ ଦିନିକିଆ କ୍ରିକେଟ୍‌ର ନମ୍ବର ବ୍ୟାଟର ହୋଇଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ଡାରିଲ୍ ମିଚେଲଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି।  ଅନ୍ୟପଟେ, ୧୫ ବର୍ଷୀୟ ଯୁବ ବ୍ୟାଟିଂ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ ଜିମ୍ବାୱେ ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଏକାଥରକେ ୨୩୦ ସ୍ଥାନ ଉପରକୁ ଉଠି ୪୮ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ।

ଇଶାନ କିଷାନ ୯୧୦ ର଼୍ୟାଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ସାହିବଜାଦା ଫରହାନ (୮୪୮)ଙ୍କଠାରୁ ଯଥେଷ୍ଟ ଆଗରେ ଅଛନ୍ତି । ଜିମ୍ବାୱେ ବିପକ୍ଷ ସିରିଜରେ ବୈଭବ ୨ଟି ଅର୍ଦ୍ଧଶତକ ସହ ୧୫୧ ରନ୍ ସଂଗ୍ରହ କରିଥିଲେ। ତାଙ୍କର ର଼୍ୟାଟିଂ ପଏଣ୍ଟ ଏବେ ୫୩୬। ତିଲକ ବର୍ମା ୨ ସ୍ଥାନ ଉପରକୁ ଉଠି ୬ଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ଶ୍ରେୟସ ଆୟର ୭ ସ୍ଥାନ ଡେଇଁ ୨୪ଶ ସ୍ଥାନରେ ପହଞ୍ଚିଛନ୍ତି।ବୋଲର ର଼୍ୟାଙ୍କିଙ୍ଗ୍‌ରେ ରବି ବିଷ୍ଣୋଇ ୩୧ ସ୍ଥାନ ଉପରକୁ ଉଠି ୪୧ ନମ୍ବରରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.