Latest Odisha News

BREAKING NEWS

ଡିଜିଟାଲ୍ ପ୍ଲାଟଫର୍ମରେ ଲୋକଙ୍କ ସମସ୍ୟା ବୁଝିବେ ଓଡିଶାର ଏହି ମନ୍ତ୍ରୀ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି ତଥା ମୋ ସରକାର ଅଧିନରେ ଫେସବୁକ୍ ଓ ଟ୍ୱିଟର ଜରିଆରେ ଖୁବଶୀଘ୍ର ଜନସାଧାରଣ ସମସ୍ୟାର ସିଧାସଳଖ ସମାଧାନ କରିବାକୁ ଯାଉଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଆସନ୍ତା ଫେବୃଆରୀ ୧୩ ତାରିଖରେ ଫେସବୁକ୍ ଓ ଟ୍ୱିଟର ଆକାଉଣ୍ଟରେ ଜନସାଧାରଣଙ୍କୁ ସେମାନଙ୍କର ପ୍ରଶ୍ନର ଉତ୍ତର ପ୍ରଦାନ କରାଯିବ । ସେହିଦିନ ମନ୍ତ୍ରୀ ଏହି ଡିଜିଟାଲ୍ ପ୍ଲାଟଫର୍ମରେ ଲାଇଭ ଆସିବା ସହ ଲୋକଙ୍କ ସମସ୍ୟାର ସିଧାସଳଖ ସମାଧାନ କରିବେ ବୋଲି ସୂଚନା ମିଳିଛି।

ଆହୁରି ମଧ୍ୟ ମନ୍ତ୍ରୀଙ୍କ ନିକଟକୁ ଆସନ୍ତା ଫେବୃଆରୀ ୧୧ ତାରିଖ ମଧ୍ୟରେ ଜନସାଧାରଣ ଏବଂ ହିତାଧିକାରୀମାନେ ନିଜ ନିଜ ପ୍ରଶ୍ନ ପଠାଇବେ ବୋଲି ସେ କହିଛନ୍ତି ।

ଫେସବୁକ୍ ଓ ଟ୍ୱିଟ୍ଟର ୟୁଜର୍ସଙ୍କୁ ନିଜ ନିଜ ପ୍ରଶ୍ନ ପୋଷ୍ଟ କରିବା ସହ ମନ୍ତ୍ରୀଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ #AskOdishaFoodMinister ହ୍ୟାଣ୍ଡଲର ବ୍ୟବହାର କରିପାରିବେ ।

Comments are closed.