Latest Odisha News

ହାତୀ ଦାନ୍ତ ଉଦ୍ଧାର ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାରସଦାଦର ଜଙ୍ଗଲରୁ ଦନ୍ତା ହାତୀ ଶିକାର କରି ଦାନ୍ତ କାଟି ନେବା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଥିସହିତ ୨ଟି ହାତୀ ଦାନ୍ତ ମଧ୍ୟ ଉଦ୍ଧାର କରିଛି ବନ ବିଭାଗ ।

ମୁଖ୍ୟ ଅଭିଯୁକ୍ତମାନେ ହେଲେ ମେଘନାଦ ଗାଁର ସୁରେନ୍ଦ୍ର କର୍ଣ୍ଣ ଓ କାଳିଆ କର୍ଣ୍ଣ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଘଟଣାରେ ପୁର୍ବରୁ ୫ ଜଣକୁ ଗିରଫ କରିସାରିଥିବା ବନ ବିଭାଗ ପରିଶେଷରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସେମାନଙ୍କୁ ଧରିବା ଲାଗି ବନ ବିଭାଗ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା । ପରେ ରାଧାନଗର ରାସ୍ତାରୁ ୨ ମୁଖ୍ୟ ଅଭିଯୁକ୍ତକୁ ହାତୀ ଦାନ୍ତ ସହ ଗିରଫ କରିଛି ବନ ବିଭାଗ ।

ଉଲ୍ଲେଖଯୋଗ୍ୟ, ଗତ ନମ୍ଭେମ୍ବର ୧୯ ତାରିଖରେ କୋଟସମଲାଇ ବିଟର ସାରସଦାଦର ଜଙ୍ଗଲରୁ ଏକ ଗଳିତ ଦନ୍ତା ହାତୀ ମୃତ ଦେହ ଠାବ କରାଯାଇଥିଲା । ପରେ ଦୁର୍ବୁତ୍ତମାନେ ହାତୀଦାନ୍ତ ଚୋରୀ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଣେ ବନରକ୍ଷି ଓ ଜଣେ ବନପାଳଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ।

ତେବେ ୨ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.